fbpx

ଅଗଷ୍ଟ ୨୮ରେ ରୋଜଗାର ମେଳା: ୫୧୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ସୂଚନା ଅନୁସାରେ ଅଗଷ୍ଟ ୨୮ରେ ଏଥିପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହା ପୂର୍ବରୁ ଜୁଲାଇ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୦,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିଥିଲେ ।

ସୀମା ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଅଗଷ୍ଟ ୨୮ରେ ନିଯୁକ୍ତି ପତ୍ର ବାଣ୍ଟିବେ । ବିଏସ୍ଏଫ ପଞ୍ଜାବ ଫ୍ରଣ୍ଟିଏର କହିଛି ଯେ, ନିଯୁକ୍ତି ପତ୍ର ବିତରଣର ଅଷ୍ଟମ କିସ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଉପସ୍ଥିତିରେ ଜଳନ୍ଧରରେ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡରେ ସମ୍ୱୋଧିତ କରିବେ ।

ଉଲ୍ଲଖଯୋଗ୍ୟ ଯେ ଏହା ପୂର୍ବରୁ ପିଏମ୍ ମୋଦୀ ଜୁଲାଇ ୨୨ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା । ପିଏମ୍ ମୋଦୀ ନିଜ ଭର୍ଚୁଆଲସମ୍ୱୋଧନରେ କହିଥିଲେ ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଦେଶ ଯେତେବେଳେ ବିକାଶ ପଥରେ କାମ କରୁଛି ।

Get real time updates directly on you device, subscribe now.