fbpx

(Video) ପୁଅ ଟାଣୁଥିଲା ସିଗାରେଟ, ମା’ ଜାଣିବା ପରେ ଖୁଣ୍ଟରେ ବାନ୍ଧି ମୁହଁରେ ଲଙ୍କା ଗୁଣ୍ଡ ବୋଳିଲେ…

ଓଡିଶା ଭାସ୍କର; ବର୍ତ୍ତମାନ ଦେଶର ବହୁ କମ ବୟସର ଯୁବକ ଯୁବତୀ ନିଶାସକ୍ତ ଅବସ୍ଥାରେ ରହୁଛନ୍ତି । ଯେଉଁ ବୟସରେ ପାଠ ପଢି ଭଲ ମଣିଷ ହେବା କଥା ସେହି ବୟସରେ ସେମାନେ ଖରାପ ରାସ୍ତାରେ ପାଦ ରଖୁଛନ୍ତି । କିଏ କେଉଁଠି ମଦ ପିଇଲାଣି ତ ପୁଣି ଆଉ କିଏ ସିଗାରେଟ, ଗଞ୍ଜେଇ ଓ ଡ୍ରଗ୍ସ ଭଳି ନିଶା ସେବନ କଲାଣି । ଘରୁ ପାଠ ପଢିବା ପାଇଁ ପିଲା ଟଙ୍କା ନେଉଥିବା ବେଳେ ପିଲା ବାର୍ ଯାଇ ଟଙ୍କା ଉଡାଉଛି । ଏଭଳି ପରିସ୍ଥିତିରେ ନିଜ ପିଲାଙ୍କୁ ଭଲ ବାଟକୁ ପରିବାର ଲୋକେ କିପରି ଆଣିବେ ତାହା ଏକ ଚିନ୍ତାର ବିଷୟ । କାହା ପରିବାର ପିଲାଙ୍କୁ ଭଲରେ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଆଉ କାହା ପରିବାର ଦଣ୍ଡ ଦେଇ ପିଲାଙ୍କୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହାରି ଭିତରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ହୁଏତ ପିଲା ଏହାକୁ ଦେଖିବା ମାତ୍ରେ ବଦଳି ଯାଇ ପାରନ୍ତି ।

ସୂଚନା ଅନୁଯାୟୀ, ଜଣେ ୧୫ ବର୍ଷର ପୁଅ ସିଗାରେଟ ପିଉଥିବା ମା’ ଦେଖିନେଇଥିଲେ । ଏହା ପରେ ପୁଅକୁ ସୁଧାରିବାକୁ ଯାଇ ମା’ ନେଇଥିଲେ ଏକ ଚରମ ପଦକ୍ଷେପ । ଯାହା ଆପଣ ଦେଖିଲେ ଅନୁଭବ କରି ପାରିବେ ଜଣେ ମା’ ତାର ପୁଅକୁ କିଭଳି ଶାସନ କରିପାରେ ।

ଗାଁ ଦାଣ୍ଡରେ ପୁଅକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମା’ ନିର୍ଦ୍ଧୁମ ପିଟିଥିଲେ । ଏହାପରେ ଭିଡିଓରେ ଦେଖାଯାଇଛି ଯେ ପୁଅର ମୁହଁରେ ମା’ ଲଙ୍କା ଗୁଣ୍ଡ ବୋଳି ଦେଇଛନ୍ତି । ଯାହା ଫଳରେ ପୁଅଟି ବିକଳରେ କାନ୍ଦୁଥିବା ଦେଖାଯାଉଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କେହି କେହି ମା’ଙ୍କ ପଦକ୍ଷେପ ଉଚିତ ବୋଲି କହୁଥିବା ବେଳେ ଆଉ କେହି ଏହା ଅନୁଚିତ ବୋଲି କହିଛନ୍ତି । ତେବେ ଏଭଳି ଘଟଣା କେଉଁଠାରେ ଘଟିଛି ତାହାର କୌଣସି ସୂଚନା ମିଳିପାରି ନାହିଁ ।

ଏଠାରେ କହି ରଖୁଛୁ ଯେ, ସବୁ ବାପା-ମାଆ ଚାହାନ୍ତି ତାଙ୍କ ପିଲା ଜଣେ ଭଲ ମଣିଷ ହେଉ । ହେଲେ ପୁଅର ଏଭଳି କାରନାମା ଜାଣିବା ପରେ ପ୍ରଥମରୁ ପୁଅକୁ ବାଟକୁ ଆଣିବା ହେଉଛି ବାପା-ମାଆଙ୍କ ଦାଇତ୍ୱ ।

Get real time updates directly on you device, subscribe now.