ରକ୍ଷାବନ୍ଧନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ନା ଖୋଲା ରହିବ ? ଜାଣନ୍ତୁ କ’ଣ କହୁଛି ଆରବିଆଇ

ନୂଆଦିଲ୍ଲୀ: ରକ୍ଷାବନ୍ଧନ ତାରିଖକୁ ନେଇ ଦ୍ୱନ୍ଦ୍ୱ ରହିଛି । କେହି କେହି ୩୦ ଅଗଷ୍ଟ ବୁଧବାର ଦିନ ରକ୍ଷାବନ୍ଧନ ପାଳନ କରିବାକୁ କହୁଥିବାବେଳେ କେହି କେହି ୩୧ ଅଗଷ୍ଟ ଗୁରୁବାର ଦିନ ଭାଇଙ୍କ ହାତରେ ରାଖୀ ବାନ୍ଧିବା ଶୁଭ ବୋଲି କହିଛନ୍ତି । ଯଦି ଆମେ ଅଫିସିଆଲ୍ କ୍ୟାଲେଣ୍ଡର ବିଷୟରେ କଥା ହେବା, ତେବେ ରକ୍ଷାବନ୍ଧନ ଛୁଟି ୩୦ ଅଗଷ୍ଟ ବୁଧବାରରେ ରହିଛି ।

ତେବେ ରକ୍ଷାବନ୍ଧନ ଦିନ ଅର୍ଥାତ୍ ୩୦ ଅଗଷ୍ଟରେ ବ୍ୟାଙ୍କଗୁଡିକ ମଧ୍ୟ ଛୁଟି ହେବ କି? ଯଦି ହଁ, ତେବେ ସବୁ ସ୍ଥାନରେ କିମ୍ବା କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ କି? ଯଦି ଆପଣଙ୍କ ମନରେ ଏପରି ପ୍ରଶ୍ନ ଉଠିଛି, ତେବେ ଆରବିଆଇର ବ୍ୟାଙ୍କ ଛୁଟି ତାଲିକା ଆପଣଙ୍କୁ ଏହାର ଜବାବ ଦେଉଛି ।

୩୦ ଅଗଷ୍ଟରେ ବ୍ୟାଙ୍କଗୁଡିକ କେଉଁଠାରେ ବନ୍ଦ ରହିବ?

ଆରବିଆଇର ବ୍ୟାଙ୍କ ଛୁଟି ଅନୁଯାୟୀ Holiday under Negotiable Instruments Act ଅଧୀନରେ ରାଜସ୍ଥାନର ଜୟପୁର ଏବଂ ହିମାଚଳ ପ୍ରଦେଶର ଶିମଲାରେ ଅଗଷ୍ଟ ୩୦ ରକ୍ଷାବନ୍ଧନ ବ୍ୟାଙ୍କ ଦିନ ବନ୍ଦ ରହିବ, କିନ୍ତୁ ଅନ୍ୟ ରାଜ୍ୟରେ ଖୋଲିବ ଏବଂ ପୂର୍ବପରି କାମ ହେବ ।

ଅଗଷ୍ଟ ୩୧ ରେ ଲଖନଉ-କାନପୁର ସମେତ ଏହି ସହରଗୁଡିକରେ ବ୍ୟାଙ୍କ ଛୁଟି :-

ଅଗଷ୍ଟ ୩୧ ରେ ମଧ୍ୟ ରକ୍ଷାବନ୍ଧନ / ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ / ପାଙ୍ଗ-ଲବସୋଲ ଭଳି ପର୍ବ ହେତୁ ଗୁରୁବାର କେତେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଅଗଷ୍ଟ ୩୧ ରେ ଥିରୁବନନ୍ତପୁରମ୍, ଲଖନଉ, କୋଚି, କାନପୁର, ଗାଙ୍ଗଟୋକ ଏବଂ ଡେରାଡୁନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।