fbpx

ଘୋଷଣା ହେଲା ସୂର୍ଯ୍ୟ ମିଶନ ଲଞ୍ଚ ହେବା ସମୟ, ସେପ୍ଟେମ୍ବର ଦୁଇ ତାରିଖରେ ହେବ ଲଞ୍ଚ

ନୂଆଦିଲ୍ଲୀ: ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ- L1 ଲାଞ୍ଚ ହେବାର ତାରିଖ ଏବଂ ସମୟ ଘୋଷଣା ହୋଇଛି। ସୋମବାର (ଅଗଷ୍ଟ ୨୮) ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହି ସୂଚନା ଦେଇଛି। ଇସ୍ରୋ କହିଛି ଯେ, ଏହି ମିଶନ ଶ୍ରୀହରିକୋଟାରୁ ଭାରତୀୟ ସମୟ ଅନୁଯାୟୀ ପୁର୍ବାହ୍ନ ୧୧.୫୦ ସମୟରେ ଲଞ୍ଚ ହେବ। ଏହି ମିଶନର ଲଞ୍ଚ ଦେଖିବା ପାଇଁ ଇସ୍ରୋ ସାଧାରଣ ଲୋକମାନଙ୍କୁ ଅନୁରୋଧ କରିଛି।

ଶ୍ରୀହରିକୋଟାରେ ଥିବା ଲଞ୍ଚ ଭ୍ୟୁ ଗ୍ୟାଲେରୀରୁ ଏହାର ଲଞ୍ଚ ଦେଖିହେବ । ଏଥିପାଇଁ ଲୋକମାନଙ୍କୁ ଇସ୍ରୋର ୱେବସାଟ୍‌ରେ ଯାଇ ପଞ୍ଜିକରଣ କରିବାକୁ ପଡିବ । ସୋସିଆଲ ମିଡିଆରେ ଇସ୍ରୋ ଏହାର ୱେବସାଇଟ୍ ଲିଙ୍କ ମଧ୍ୟ ସେୟାର କରିଛି । ତେବେ ଖୁବ୍‌ଶୀଘ୍ର ଇସ୍ରୋ ପଞ୍ଜିକରଣ ହେବା ତାରିଖ ଘୋଷଣା କରିବ ବୋଲି କହିଛି ।

 

ସୌର ପର୍ଯ୍ୟବେକ୍ଷଣ ପାଇଁ ଏହା ହେବ ଇସ୍ରୋର ପ୍ରଥମ ଅଭିଯାନ। ଏହାଦ୍ବାରା ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ କରାଯିବ। ଏହି ସୌରଯାନ ସମ୍ପୂର୍ଣ୍ଣରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବୋଲି ଇସ୍ରୋ ପ୍ରକାଶ କରିଛି। ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏଲ୍‌୧ ପାଖରେ ହାଲୋ ଅର୍ବିଟରେ ଏହାକୁ ସ୍ଥାପନ କରାଯିବ। ମହାକାଶଯାନଟି ଦୁଇ ସପ୍ତାହ ପୂର୍ବେ ୟୁଆର୍‌ ରାଓ ‌ସାଟେଲାଇଟ୍ ସେଣ୍ଟରରୁ ଆସି ଇସ୍ରୋର ଶ୍ରୀହରିକୋଟାସ୍ଥିତ ମହାକାଶବନ୍ଦରରେ ପହଞ୍ଚିସାରିଛି। ସୌର କାର୍ଯ୍ୟକଳାପ ଓ ପୃଥିବୀ ଉପରେ ଏହାର ପ୍ରଭାବ ଉପରେ ଏହା ଅନୁଧ୍ୟାନ କରିବ।

ISROର ‘ଆଦିତ୍ୟ L1’ ମିଶନ୍ ହେଉଛି ଭାରତୀୟ ସ୍ପେସ୍ ଏଜେନ୍ସିର ସବୁଠାରୁ କଷ୍ଟକର ମିଶନ୍ । ISRO ମୁଖ୍ୟ ଏସ ସୋମନାଥ ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ ସୂର୍ଯ୍ୟଙ୍କ ଉପରେ ରିସର୍ଚ କରୁଛି । ସେ କହିଛନ୍ତି, “ଗତ କିଛି ମାସ ହେବ ମହାକାଶ ଏଜେନ୍ସିର ଧ୍ୟାନ ଚନ୍ଦ୍ରଯାନ-3 ଉପରେ ଥିଲା ଏଥିସହିତ ସମାନ ସମୟରେ ISRO ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛି ଯାହା ଆସନ୍ତା ମାସରେ ଉଡ଼ିବାକୁ ପ୍ରସ୍ତୁତ ହେଉଛି ।

Get real time updates directly on you device, subscribe now.