fbpx

ରଜନୀକାନ୍ତଙ୍କ ଆକ୍ସନ, ଥ୍ରୀଲର ଫିଲ୍ମ ‘ଜେଲର’ ଏହି ଦିନ ହେବ OTTରେ ରିଲିଜ

ମୁମ୍ବାଇ : ସାଉଥର ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏବେ ବକ୍ସ ଅଫିସରେ ଧମାକା କରୁଛି । ଏହି ଫିଲ୍ମଟି କେବଳ ଡୋମେଷ୍ଟିକ ମାର୍କେଟରେ ଧମାଲ କରୁ ନାହିଁ । ସାରା ବିଶ୍ୱରେ ଏହାର କମାଲ ଦେଖାଇବାରେ ଲାଗିଛି । ଯାହା ଦର୍ଶକମାନଙ୍କୁ ହଲରେ ସିଟି ବଜାଇବା ପାଇଁ ବାଧ୍ୟ କରୁଛି । ଯଦି ଆପଣ ଏହି ଫିଲ୍ମ ଏବେ ପର୍ଯ୍ୟନ୍ତ ଦେଖି ନାହାନ୍ତିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଖୁବ ଶିଘ୍ର ଆପଣ ଘରେ ବସି ଏହି ଫିଲ୍ମ ଦେଖି ପାରିବେ । କାରଣ ଏହି ଫିଲ୍ମଟି ଏବେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ର୍ନିମାତା ଏହି ଫିଲ୍ମକୁ ଓଟିଟିରେ ରିଲିଜ କରିବାର ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି ।

ଫିଲ୍ମ ହଲରେ ଧମାକା କରୁଥିବା ଫିଲ୍ମ ‘ଜେଲର’ ଏବେ ଓଟିଟିରେ ରିଲିଜ ହେବାପାଇଁ ପ୍ରସ୍ତୁତ ହୋଇସାରିଛି । ତେବେ ଫିଲ୍ମ ନିର୍ମାତା କହିଛନ୍ତି ଏହା ପ୍ରଥମେ ପ୍ରାଇମ ଭିଡିଓରେ ଷ୍ଟ୍ରିମିଙ୍ଗ ହେବ । ଏହା ପରେ ପ୍ରାଇମ ଭିଡିଓର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଓଟିଟି ରିଲିଜର ତାରିଖ ଘୋଷଣା ହେବ । ଫିଲ୍ମ ‘ଜେଲର’ ୭ ସେପ୍ଟେମ୍ବରରେ ଷ୍ଟ୍ରିମ ହେବ । ଏହାର ଅର୍ଥ ଆପଣ ପ୍ରାଇମ ଭିଡିଓକୁ ସସ୍କ୍ରାଇବ କରି ଏହି ଭିଡିଓ ଦେଖି ପାରିବେ । ଏହି ଫିଲ୍ମ ହିନ୍ଦି, ତାମିଲ, ତେଲଗୁ, ମାଲାୟଲମ ଏବଂ କନଡ୍ଡ ଭାଷାରେ ରିଲିଜ ହୋଇଛି । ଓଟିଟିରେ ମଧ୍ୟ ଏହା ୫ ଟି ଭାଷାରେ ରିଲିଜ ହେବ । ତେବେ ସୂଚନା ଅନୁସାରେ ୭ ସେପ୍ଟେମ୍ବରରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଜବାନ’ ରିଲିଜ ହେବାରେ ଅଛି । ଏବେ ଦେଖିବା ବାକି ରହିଲା ଶାହରୁଖ ଖାନଙ୍କ ଫିଲ୍ମ ହଲରେ କମାଲ କରୁଛି ନା ରଜନୀକାନ୍ତଙ୍କ ଫିଲ୍ମ ଓଟିଟିରେ କମାଲ କରୁଛି ।

Get real time updates directly on you device, subscribe now.