fbpx

ଆଜି ନା’ ଆସନ୍ତାକାଲି, ଜନ୍ମାଷ୍ଟମୀ ପାଇଁ କେବେ ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ ଆପଣଙ୍କ ରାଜ୍ୟର ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେତେକ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ସେପ୍ଟେମ୍ବର ୬ ରେ ବନ୍ଦ ଥିବାବେଳେ କେତେକ ରାଜ୍ୟରେ ୭ ସେପ୍ଟେମ୍ବରରେ ବନ୍ଦ ରହିବ । ଉଲ୍ଲେଖଥାଉ କି, ସେପ୍ଟେମ୍ବର ମାସରେ ବ୍ୟାଙ୍କଗୁଡିକ ବିଭିନ୍ନ ରାଜ୍ୟରେ ରବିବାର ଏବଂ ଦୁଇ ଶନିବାର ସମେତ ୧୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଯାଉଛିି । ଅନ୍ୟପକ୍ଷରେ, ସେପ୍ଟେମ୍ବର ହେଉଛି ଶେଷ ମାସ ଯେଉଁମାସରେ ୨୦୦୦ ଟଙ୍କା ଜମା କିମ୍ବା ବିନିମୟ ହୋଇପାରିବ । ଏଭଳି ପରିସ୍ଥିତିରେ, ସେହି ଲୋକଙ୍କ ପାଇଁ ଖୁବ୍ କମ୍ ସମୟ ବାକି ରହିଛି, ଯେଉଁମାନେ ସେମାନଙ୍କର ୨୦୦୦ ଟଙ୍କା ନୋଟ୍ ଜମା କିମ୍ବା ବିନିମୟ କରିବାରେ ସକ୍ଷମ ହୋଇନାହାଁନ୍ତି । ଆସନ୍ତୁ ଜାଣିବା ଜନ୍ମାଷ୍ଟମୀ ଅବସରରେ କେଉଁ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବାକୁ ଯାଉଛି ।

ଏହି ରାଜ୍ୟଗୁଡିକରେ ବ୍ୟାଙ୍କଗୁଡିକ ୬ ସେପ୍ଟେମ୍ବର ଅର୍ଥାତ୍ ଆଜି ବନ୍ଦ ରହିବ :-
ଆଜି ଅର୍ଥାତ୍ ୬ ସେପ୍ଟେମ୍ବର, ଜନ୍ମାଷ୍ଟମୀ ଅବସରରେ ଦେଶର କେତେକ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବାକୁ ଯାଉଛନ୍ତି । ଯେଉଁଥିରେ ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର ସାମିଲ ରହିଛି ।

ଯେଉଁଥିରେ ୭ ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ :-
ସେପ୍ଟେମ୍ବର ୭ ରେ ଗୁଜୁରାଟ, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ରାଜସ୍ଥାନ, ସିକ୍କିମ, ଜାମ୍ମୁ, ବିହାର, ଛତିଶଗଡ, ଝାଡଖଣ୍ଡ, ହିମାଚଳ ପ୍ରଦେଶ, ମେଘାଳୟ, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

କେବେ ଓ କାହିଁକି ବନ୍ଦ ରହିବ ବ୍ୟାଙ୍କ?

ସେପ୍ଟେମ୍ବର-୮: ଜି -20 ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ଦିଲ୍ଲୀରେ ବନ୍ଦ ରହିବ ।
ସେପ୍ଟେମ୍ବର-୯: ଦ୍ୱିତୀୟ ଶନିବାର ଯୋଗୁଁ ଏହି ଦିନ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
ସେପ୍ଟେମ୍ବର-୧୦: ରବିବାର ପାଇଁ ବ୍ୟାଙ୍କ ଗୁନିକ ବନ୍ଦ ରହିବ ।
ସେପ୍ଟେମ୍ବର-୧୭: ରବିବାର ପାଇଁ ବ୍ୟାଙ୍କ ଗୁନିକ ବନ୍ଦ ରହିବ ।
ସେପ୍ଟେମ୍ବର-୧୮: ବିନାୟକ ଚତୁର୍ଥୀ ଯୋଗୁଁ ବେଙ୍ଗଲୁରୁ ଏବଂ ତେଲେଙ୍ଗାନାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
ସେପ୍ଟେମ୍ବର-୧୯: ପବିତ୍ର ଗଣେଶ ଚତୁର୍ଥୀ ପାଳନ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇଳ ନାଗପୁର, ପାଣାଜୀ ଇତ୍ୟାଦୀରେ ବ୍ୟାଙ୍କ ବନ୍ଦ ରହିବ ।
ସେପ୍ଟେମ୍ବର-୨୦: ଗଣେଶ ଚତୁର୍ଥୀ ସହ ନୂଆଁଖାଇ ପର୍ବ ପାଇଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟ ଏବଂ କୋଚ୍ଚିରେ ବ୍ୟାଙ୍କ ସବୁ ବନ୍ଦ ରହିବ ।
ସେପ୍ଟେମ୍ବର-୨୨: ନାରାୟଣଗୁରୁ ସମାଧି ଦିବସ ଅବସରରେ କୋଚ୍ଚି, ପଣାଜୀ ଏବଂ ତ୍ରିଭେନ୍ଦ୍ରମ ଆଦି ସ୍ଥାନରେ ବ୍ୟାଙ୍କ ଖୋଳାଯିବ ନାହିଁ ।
ସେପ୍ଟେମ୍ବର-୨୩: ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ।
ସେପ୍ଟେମ୍ବର-୨୪: ରବିବାର
ସେପ୍ଟେମ୍ବର-୨୫: ଶଙ୍କର ଦେବଙ୍କ ଜୟନ୍ତୀ ଉପଲକ୍ଷେ ଗୌହାଟୀରେ ବ୍ୟାଙ୍କ ବନ୍ଦ ।
ସେପ୍ଟେମ୍ବର-୨୭: ମିଲାଦ-ଏ-ସରିଫ ପର୍ବରେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଏବଂ ତ୍ରିଭେନ୍ଦ୍ରମରେ ସମସ୍ତ ବ୍ୟାଙ୍କ ଛୁଟି ରହିବ ।
ସେପ୍ଟେମ୍ବର-୨୮: ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
ସେପ୍ଟେମ୍ବର-୨୯: ଇଦ ଏ ମିଲାଦ ନବୀ ଯୋଗୁଁ ଜମ୍ମୁ, ଶ୍ରୀନଗର ସମେତ ଗ୍ୟାଙ୍ଗଟକ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.