fbpx

ପୁଅକୁ କାଳେ କିଏ ହତ୍ୟା କରିଦେବ ବୋଲି ଡରୁଛନ୍ତି ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପିତା, ଏରୋଲଙ୍କ ମଧ୍ୟରେ କାହିଁକି ଏତେ ଭୟ ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଏହି କଥା ଆମେ କହୁନୁ କି ଆଉ କେହି କହୁନାହାନ୍ତି । ଏହିପରି କିଛି କଥା କହିଛନ୍ତି ଏଲନ ମସ୍କଙ୍କ ପିତା ୭୭ ବର୍ଷୀୟ ଏରୋଲ ମସ୍କ । ଟେସଲା ମୋଟର୍ସ ଓ ସ୍ପେସଏକ୍ସର ମାଲିକ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ସନ୍ଦେହ କରିଛନ୍ତି କି ତାଙ୍କ ଅରବପତି ପୁଅର ହତ୍ୟା କରି ଦିଆଯାଇପାରେ । ଦି ନ୍ୟୁ ୟର୍କର ଏକ ରିପୋର୍ଟ ବିଷୟରେ ଆଲୋଚନା କରି ସେ ଏହି କଥା କହିଛନ୍ତି । ଏହି ରିପୋର୍ଟରେ ଦାବୀ କରାଯାଇଛି କି ଏଲନ ମସ୍କଙ୍କ ପ୍ରଭାବ ମହାକାଶ, ୟୁକ୍ରେନ, ସୋସିଆଲ ମିଡିଆ, ଇଲେକ୍ଟ୍ରିକ ଯାନବାହାନ ସହ ଜଡିତ ସରକାରଙ୍କ ସମସ୍ତ ନିଷ୍ପତ୍ତି ଉପରେ ପଡୁଛି । ଏରୋଲ ମସ୍କ ଆମେରିକାର ଲୋକପ୍ରିୟ ସମ୍ବାଦପତ୍ର ୟୁଏସ ସନ୍‌କୁ କହିଛନ୍ତି ତାଙ୍କ ମଧ୍ୟରେ ଏକ ଭୟ ରହିଛି କି ତାଙ୍କ ଅରବପତି ପୁଅକୁ କାଳେ କିଏ ହତ୍ୟା କରିଦେବ ।

ଦି ନ୍ୟୁୟର୍କରରେ ବାହାରିଥିବା ଏକ ଲେଖା, ‘ଏଲନ ମସ୍କ ଶ୍ୟାଡୋ ରୁଲସ୍‌’ ଉପରେ ନିଜର ଟିପ୍ପଣୀ ରଖି ଏରୋଲ ମସ୍କ ଦି ସନ୍‌କୁ କହିଛନ୍ତି, ମୋ ପୁଅ ଯେଉଁ ଚାକିରୀ କରୁଛି ତାହା ଏକ ହିଟ୍ ଜବ୍ । ଏଲନ ଉପରେ ସରକାରଙ୍କ ନଜର ପଡିଯାଇଛି । ରିପୋର୍ଟ ଅନୁଯାୟୀ ପେଣ୍ଟାଗନର ଅଧିକାରୀ ଦି ନ୍ୟୁୟର୍କରକୁ କହିଛନ୍ତି, ଏଲନ ମସ୍କଙ୍କ ସହ ଜଣେ ଅନିର୍ବାଚିତ ଅଧିକାରୀଙ୍କ ପରି ବ୍ୟବହାର କରାଯାଇଛି । ରିପୋର୍ଟରେ ଏହା ମଧ୍ୟ ଦାବୀ କରାଯାଇଛି କି ୟୁକ୍ରେନ ଯୁଦ୍ଧରେ ସ୍ପେସ୍‌ଏକ୍ସର ଷ୍ଟାରଲିଙ୍କ ସାଟେଲାଇଟ୍ ବଡ ଭୂମିକା ନିଭାଇଥିଲା ।

ଏରୋଲ ମସ୍କ ଆହୁରି କହିଛନ୍ତି, ଏହା ଏକ ଆଘାତ ପହଞ୍ଚାଇବା ପରି କାମ । ଏଲନ ମସ୍କଙ୍କ ଉପରେ ଏକ ଛଦ୍ମ ସରକାରର ନଜର ପଡି ସାରିଛି । ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ, ତାଙ୍କ ମଧ୍ୟରେ ଭୟ ରହିଛି କି ଛଦ୍ମ ସରକାର ତାଙ୍କ ପୁଅର ହତ୍ୟା କରିଦେବେ ବୋଲି ସେତେବେଳେ ସେ ଏହାର ଉତ୍ତର ହଁ ରଖିଥିଲେ । ସେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ପ୍ରତି ମଧ୍ୟ ନିଜର ସନ୍ଦେହ ଥିବା କଥା ମଧ୍ୟ କହିଥିଲେ ।

ଗତ ବର୍ଷ ଅକ୍ଟୋବରରେ ଯେତେବେଳେ ଏଲନ ମସ୍କ ଟ୍ୱିିଟରକୁ ୪୪ ଅରବ ଡଲାରରେ କ୍ରୟ କରିଥିଲେ ସେତେବେଳେ ତାଙ୍କୁ ନେଇ ବହୁତ ଆଲୋଚନା ହୋଇଥିଲା । ସୋସିଆଲ ମିଡିଆରେ ବିଦ୍ୱେଷ ଓ ଦୁଃପ୍ରଚାର କରୁଥିବା ନେଇ ତାଙ୍କ ଉପରେ ଅଭିଯୋଗ ଲଗା ଯାଇଥିଲା । ଏବେ କୁହାଯାଉଛି କି ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ରୁଷ ମହାକାଶ ସଂସ୍ଥାର ପୂର୍ବ ପ୍ରମୁଖ ଦିମିତ୍ରୀ ରୋଗୋଜିନ୍ ଧମକ ଦେଇଥିଲେ । ଏପରି ଖବର ମିଳିଥିଲା କି ଏଲନ ମସ୍କଙ୍କ ସ୍ପେସ୍ କମ୍ପାନୀ ୟୁକ୍ରେନକୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ୍ ସେବା ଯୋଗାଇ ଦେଇଥିଲେ ଯାହା ପରଠାରୁ ତାଙ୍କୁ ଲଗାତର ହତ୍ୟା ଧମକ ମିଳିି ଆସୁଛି ।

Get real time updates directly on you device, subscribe now.