fbpx

ସରକାରଙ୍କ ବଡ଼ ନିଷ୍ପତ୍ତି: କିନ୍ନରଙ୍କୁ ମିଳିବ OBC ମାନ୍ୟତା, ପ୍ରତି ମାସରେ ସରକାର ପ୍ରଦାନ କରିବେ ପେନସନ୍

ନୂଆଦିଲ୍ଲୀ: କିନ୍ନର ସମାଜଙ୍କ ପାଇଁ ସରକାରଙ୍କ ତରଫରୁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି କିନ୍ନରଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ମିଳିବା ସହିତ ମାସିକ ପେନସନ ମଧ୍ୟ ମିଳିବ । ଏଥିସହିତ ସେମାନଙ୍କୁ ଅନ୍ୟ ପଛୁଆ ବର୍ଗ (ଓବିସି) ଭାବେ ମାନ୍ୟତା ମିଳିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଏଣିକି ବହୁ କିନ୍ନର ଉପକୃତ ହୋଇ ପାରିବେ ।

ସୂଚନା ମୁତାବକ, ଝାଡ଼ଖଣ୍ଡ ସରକାର କିନ୍ନର ସମାଜର କଲ୍ୟାଣ ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । କିନ୍ନରଙ୍କ ବିକାଶ ପାଇଁ କେହି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ମାତ୍ର ସେମାନେ ମଧ୍ୟ ରାଜ୍ୟର ଏକ ଅଂଶ ବୋଲି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି । ଏଣିକି ରାଜ୍ୟର ସମସ୍ତ ସାମାଜିକ ଯୋଜନାର ବେନିଫିଟ୍ କିନ୍ନରମାନେ ପାଇପାରିବେ । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ କିପରି ସମ୍ମାନ ମିଳିପାରିବ ସେନେଇ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ।

ସାମାଜିକ ସୁରକ୍ଷା ପାଇଁ କିନ୍ନରଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ପେନସନ ରାଶି ପ୍ରଦାନ କରାଯିବ । କିନ୍ନରଙ୍କୁ ଓବିସି କୋଟା ଆଧାରରେ ସଂରକ୍ଷଣ ଦିଆଯିବା ଫଳରେ ସରକାରୀ ଚାକିରି କ୍ଷେତ୍ରରେ ସେମାନେ ଏହାର ଫାଇଦା ଉଠାଇ ପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ । ପୂର୍ବରୁ କିନ୍ନର ସଂରକ୍ଷଣର କୌଣସି ବର୍ଗରେ ଆସୁନଥିଲେ । ମାତ୍ର ଏଣିକି ସେମାନଙ୍କୁ ଓବିସି ଲିଷ୍ଟରେ ସାମିଲ କରାଯିବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି (୨୦୧୪) ଅନୁସାରେ ସେମାନଙ୍କୁ ତୃତୀୟ ଲିଙ୍ଗର ମଧ୍ୟ ମାନ୍ୟତା ଦିଆଯିବ ବୋଲି ରାଜ୍ୟ କ୍ୟାବିନେଟ ସଚିବ କହଛନ୍ତି ।

Get real time updates directly on you device, subscribe now.