fbpx

ରିଲିଜ ହେଲା ଫିଲ୍ମ ଯବାନ: ଜବରଦସ୍ତ ଆକ୍ସନ, ଗ୍ରାଣ୍ଡ ଏଣ୍ଟ୍ରୀ.. ଶାହରୁଖ ଖାନ ପୁଣିଥରେ କଲେ ଇମ୍ପ୍ରେସ, ବିଜୟ ସେତୁପତିଙ୍କ ଚମତ୍କାର ଅଭିନୟ

ନୂଆଦିଲ୍ଲୀ: ଶାହରୁଖ ଖାନ ପୁଣି ଥରେ ଥିଏଟରରେ କବଜା କରିନେଇଛନ୍ତି । ତାଙ୍କ ଫିଲ୍ମ ସାରା ଦୁନିଆରେ ରିଲିଜ ହୋଇସାରିଛି ଏବଂ ସକାଳୁ ସକାଳୁ ଏହି ଫିଲ୍ମର ଶୋ ଆରମ୍ଭ ହୋଇସାରିଛି । ଯବାନକୁ ମାସ୍ ଫିଲ୍ମ କୁହାଯାଉଛି । ଖାସ କଥା ହେଉଛି ଯେ, ଫିଲ୍ମରେ ଏକ ଷ୍ଟ୍ରଙ୍ଗ ମେସେଜ ଦିଆଯାଇଛି ଏବଂ ବହୁ ପ୍ରସଙ୍ଗକୁ ନେଇ ଏହି ଫିଲ୍ମରେ କୁହାଯାଇଛି । ଯବାନରେ ଶାହରୁଖ ଖାନଙ୍କ ସହ ନୟନତାରା, ବିଜୟ ସେତୁପତି, ସାନ୍ୟା ମଲହୋତ୍ରା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଯଦି ଆପଣ ଯବାନ ଦେଖିବାର ପ୍ଲାନ କରୁଛନ୍ତି ତେବେ କିଛି ପଏଣ୍ଟ ପୂର୍ବରୁ ଜାଣନ୍ତୁ କିପରି ହୋଇଛି ଫିଲ୍ମ ।

ଯବାନରେ ଶାହରୁଖ ଖାନଙ୍କ ଭିନ୍ନ-ଭିନ୍ନ ଅବତାରର ମୁହଁ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଏହାକୁ ନେଇ କ୍ରେଜ ଦେଖିବାକୁ ମିଳିଛି । ଯବାନରେ ଶାହରୁଖ ଖାନଙ୍କ ଲୁକକୁ ସବୁଠାରୁ ଅଧିକ ପସନ୍ଦ କରାଯାଇଛି, ଯେଉଁଥିରେ ସେ ଲଣ୍ଡା ହୋଇଛନ୍ତି । ଜୀବନରେ ପ୍ରଥମ ଥର ଶାହରୁଖ ଖାନ ଏହି ଅଭିନୟ ପାଇଁ ଲଣ୍ଡା ହୋଇଛନ୍ତି ।

କ୍ୱିକ ରିଭ୍ୟୁ:
-ଯବାନ ପ୍ରଥମ ସିନରେ ଚମତ୍କାର ଅଟେ । ଏହାର ଓପେନିଙ୍ଗ ବହୁତ ଭଲ ଅଟେ ଏବଂ ଏସଆରକେଙ୍କ ଏଣ୍ଟ୍ରୀ ଗ୍ରାଣ୍ଡ ଅଟେ । ଲଣ୍ଡା ଲୁକରେ ଶାହରୁଖ ଖାନ ବହୁତ ଭଲ ଦେଖାଯାଉଛନ୍ତି । ସେହିପରି ଶାହାରୁଖ ଖାନଙ୍କ ଆକ୍ସନ ସିନର କଥା କହିଲେ ତାହା ମଧ୍ୟ ଜବରଦସ୍ତ ଅଛି ।

-ନୟନତାରା ଫିଲ୍ମରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କ ଅଭିନୟ ମଧ୍ୟ ବହୁତ ବଢିଆ ଅଛି । ସାନ୍ୟା ମଲହୋତ୍ରାଙ୍କୁ ଛୋଟ ରୋଲ ମିଳିଛି ।

-ସାଉଥ ତରଫରୁ ବଲିଉଡ଼ରେ ମଧୂ ବିଜୟ ସେତୁପତି ଲୋକଙ୍କୁ ଇମ୍ପ୍ରେସ କରିବା ପାଇଁ ସଫଳ ହୋଇଛନ୍ତି । ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରାଯାଉଛି ।

-ଫିଲ୍ମରେ କୃଷକଙ୍କ ଆତ୍ମହତ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଖାଯାଇଛି ଏବଂ ଯବାନରେ ଭ୍ରଷ୍ଟାଚାର ବିରୋଧରେ ଯୁଦ୍ଧ ଦେଖିବାକୁ ମିଳିଛି ।

-ଫିଲ୍ମକୁ ବ୍ୟଥିତ କରୁଛି ଏହାର ଗୀତ । ଗୀତଗୁଡିକ ଚଳଚ୍ଚିତ୍ରର ଗତି ମନ୍ଥର କରୁଛି ।

Get real time updates directly on you device, subscribe now.