fbpx

ସନାତନ ଧର୍ମକୁ ନେଇ ବିବାଦାସ୍ପଦ ବୟାନ ଥମିବାର ନାଁ ଧରୁ ନାହିଁ, ଏବେ ସନାତନ ଧର୍ମକୁ ଏଚଆଇଭି ସହ ତୁଳନା କଲେ ଏହି ସାଂସଦ

ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ବିବାଦାସ୍ପଦ ବୟାନର ଧାରା ଏବେବି ଜାରି ରହିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ପରେ ଡିଏମ୍‌କେ ସାଂସଦ ଏ.ରାଜା ସନାତନ ଧର୍ମର ତୁଳନା ଏଚଆଇଭି ରୋଗ ସହ କରିଛନ୍ତି ।
ବିହାରରେ କ୍ଷମତାଧାରୀ ମେଣ୍ଟରେ ସାମିଲ ଆରଜେଡି ନେତା ଜଗଦାନନ୍ଦ କହିଛନ୍ତି ମଥାରେ ତିଳକ ଲଗାଇ ବୁଲୁଥିବା ଦେଶର କିଛି ବ୍ୟକ୍ତି ଭାରତକୁ ଗୋଲାମ କରି ଦେଇଛନ୍ତି । ସେ କହିଛନ୍ତି ଦେଶରେ ମନ୍ଦିର ନିର୍ମାଣ କରିଦେଲେ ଦେଶର ବିକାଶ ହୋଇଯିବ ନାହିଁ ।

ଏହାପୂର୍ବରୁ ଉଦୟନିଧି ଷ୍ଟାଲିନ ସନାତନ ଧର୍ମର ତୁଳନା ଡେଙ୍ଗୁ, ମ୍ୟାଲେରିଆ ସହ କରିଥିଲେ । ସେ କହିଥିଲେ ସନାତନ ଧର୍ମକୁ କେବଳ ବିରୋଧ ନୁହେଁ ଏହାକୁ ଦେଶରୁ ସମାପ୍ତ କରି ଦିଆଯିବା ଉଚିତ । ଉଦୟନିଧିଙ୍କ ଏହି ବୟାନକୁ ନେଇ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବିରୋଧର ସ୍ୱର ଉଠିଛି ।
ଏବେ ଉଦୟନିଧିଙ୍କ ଠାରୁ ଆହୁରି ଆଗକୁ ଯାଇ ସନାତନ ଧର୍ମକୁ ଏଚଆଇଭି ସହ ତୁଳନା କରିଛନ୍ତି ଡିଏମକେ ସାଂସଦ ଏ.ରାଜା । ଏ.ରାଜା କହିଛନ୍ତି ଉଦୟନିଧିଙ୍କ ମନ୍ତବ୍ୟ ନରମ ଥିଲା । କିନ୍ତୁ ମୁଁ କହିବି ସନାତନ ଧର୍ମର ତୁଳନା ସାମାଜିକ କଳଙ୍କ ସହ ସମାନ ରୋଗ ସହ କରାଯିବା ଉଚିତ । ଉଦୟନିଧି ତ ସନାତନ ଧର୍ମକୁ ମ୍ୟାଲେରିଆ ସହ ତୁଳନା କରିଥିଲେ କିନ୍ତୁ ମୁଁ ଏହି ଧର୍ମକୁ ଏଚଆଇଭି ଓ କୁଷ୍ଠ ରୋଗ ଭଳି ସାମାଜିକ କଳଙ୍କ କୁହାଯାଉଥିବା ରୋଗ ସହ କରିବି ।

ଆରଜେଡି ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ବିଜେପି ଓ ଆରଏସଏସକୁ ଟାର୍ଗେଟ କରି କହିଛନ୍ତି, ମଥାରେ ତିଳକ ଲଗାଇ ବୁଲୁଥିବା ଏହି ଦେଶଣ କିଛି ବ୍ୟକ୍ତି ହିଁ ଦେଶକୁ ଗୋଲାମ କରି ଦେଇଛନ୍ତି । ମସଜିଦ୍ ଭାଙ୍ଗି ମନ୍ଦିର ନିର୍ମାଣ କରିବା ଦ୍ୱାରା ଦେଶ ଚାଲେ ନାହିଁ । ସେ କହିଛନ୍ତି ଦେଶରେ ହିନ୍ଦୁ ମୁସଲିମଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରାଗଲେ କାହାକୁ ବି କ୍ଷମା କରାଯିବ ନାହିଁ ।

Get real time updates directly on you device, subscribe now.