fbpx

ଯୋଗ କରିବା ବେଳେ ପାଣି ପିଇବା ଠିକ ନା ଭୁଲ ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ : ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଯୋଗ କରିବା ଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଶରୀରରେ ବ୍ଲଡ ସରକ୍ୟୁଲେସନ ହୋଇଥାଏ । ଏହା ଛଡା ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯୋଗ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଆଜି ଆମେ ଜାଣିବା ଯୋଗ ଏବଂ ପାଣି ପିଇବା ନିୟମ ବିଷୟରେ । ଅନେକ ସମୟରେ ଦେଖିବାକୁ ମିଳେ ଲୋକମାନେ ଯୋଗ କରିବା ପୂର୍ବରୁ ଏବଂ ସରିବାର ଠିକ ପରେ ପାଣି ପିଅନ୍ତି । ଯାହା ଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଏଠାରେ ପ୍ରଶ୍ନ ଉଠେ ପାଣି କେଉଁ ସମୟରେ ପିଇବା ଆବଶ୍ୟକ? ତେବେ ଆସନ୍ତୁ ଜାଣିବା ।

ଯୋଗ କରିବା ପୂର୍ବରୁ ପାଣି ପିଇବା ଠିକ ନୁହେଁ । ଯଦି ପାଣି ପିଇବାକୁ ଚାହାନ୍ତି ତେବେ ୩୦ ମିନିଟ ପୂର୍ବରୁ ପାଣି ପିଅନ୍ତୁ । ଯାହା ଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରା ଠିକ ରହିବ ଏବଂ ଆପଣଙ୍କ ଶରୀରରେ ରକ୍ତ ପ୍ରବାହ ଠିକ ଭାବରେ ହେବ । ଯୋଗ କରିବା ପୂର୍ବରୁ ପାଣି ପିଇଲେ ଆପଣ ଠିକ ଭାବରେ ଯୋଗ କରିପାରିବେ ନାହିଁ , ଆପଣଙ୍କ ଧ୍ୟାନ ଯୋଗରେ ରହିବ ନାହିଁ ଯାହା ଫଳରେ ଆପଣଙ୍କ ମେଟାବଲିଜିମ ବୃଦ୍ଧି ପାଇ ପାରେ । ତେଣୁ ପାଣି ପିଇବାର ଅଧ ଘଣ୍ଟା ପରେ ଯୋଗ କରିବା ଆବଶ୍ୟକ ।

ଏବେ ଜାଣିବା ଯୋଗ କରିବାର କେତେ ସମୟ ପରେ ପାଣି ପିଇବା ଆବଶ୍ୟକ। ଯୋଗ କରି ସାରିବା ପରେ ୩୦ରୁ ୪୦ ମିନିଟ ପରେ ପାଣି ପିଅନ୍ତୁ । ଯଦିି ଯୋଗ କରିବା ପରେ ସାଙ୍ଗେ ସାଙ୍ଗେ ପାଣି ପିଉଛନ୍ତି ତେବେ ଆପଣଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ତେଣୁ ଯୋଗ କରିବା ପରେ ୩୦ ରୁ ୪୦ ମିନିଟ ପରେ ପାଣି ପିଇବା ଆବଶ୍ୟକ । ଯାହା ଦ୍ୱାରା ଶରୀର ତାର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ।

ଯୋଗ କରୁଥିବା ସମୟରେ ବା ମଝିରେ ପାଣି ପିଇବା ଠିକ ନୁହେଁ । ଏହା ମଧ୍ୟ ଆପଣଙ୍କ ସମସ୍ୟା ବୃଦ୍ଧି କରିବ। ଏହା ଆପଣଙ୍କ ଶରୀରକୁ ଫୁଲାଇ ପାରେ । ଏହା ଛଡା ଆପଣଙ୍କ ଶରୀରର ତାପମାତ୍ର ସନ୍ତୁଳନ ରକ୍ଷା କରିପାରିବ ନାହିଁ । ଯଦି ଅଧିକ ଶୋଷ ଲାଗୁଛି ତେବେ ଅଳ୍ପ ପାଣି ପିଅନ୍ତୁ କିନ୍ତୁ ଅଧିକ ପିଇବା ଠିକ ନୁହେଁ । ଏହି ନିୟମକୁ ପାଳନ କଲେ ଆପଣଙ୍କର ଶରୀରର ଅନେକ ସମସ୍ୟା ଦୂର ହେବା ସହିତ ଆପଣଙ୍କୁ ଅନେକ ଲାଭ ମଧ୍ୟ ମିଳିବ ।

Get real time updates directly on you device, subscribe now.