fbpx

ଗଣେଶ ଚତୁର୍ଥୀ ପୂର୍ବରୁ ମିଳିଲା ବଡ ଉପହାର : ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ସାରା ଦେଶରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ କର୍ମଚାରୀଙ୍କ ପେନସନ ଏବଂ ଦରମାକୁ ବୃଦ୍ଧି କରାଯାଇଛି । ଖୁବ ଶୀଘ୍ର କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏର ଘୋଷଣା କରିବେ । କିନ୍ତୁ ଏହା ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର ଗଣେଶ ଚତୁର୍ଥୀ ପୂର୍ବରୁ ହିଁ ରାଜ୍ୟର କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି ।

୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା : ମହାରଷ୍ଟ୍ରର ସରକାର ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି, ସେମାନଙ୍କୁ ଗଣେଶ ଚତୁର୍ଥୀ ପୂର୍ବରୁ ଏକ ଅମୂଲ୍ୟ ଉପହାର ଦେଇଛନ୍ତି । ସରକାର ଅନୁସୁଚିତ ଜନଜାତି ବର୍ଗରୁ ଆସୁଥିବା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବୃଦ୍ଧି କରାଇ ୩୮ ପ୍ରତିଶତ କରାଯାଇଛି । ଅର୍ଥାତ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ପାଇଛି ।

ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ଉପରେ ୯ କୋଟି ଟଙ୍କାର ବୋଝ ଆସିବ । ଏହା ସହିତ ଗତବର୍ଷ (୨୦୨୨) ଅଗଷ୍ଟ ମାସରେ ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.