fbpx

କଲରା, ନିମ୍ୱ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଜଣା ହେଲେ ଏଥିରୁ କ’ଣ ସବୁ ମିଳେ ତାହା ଜାଣିଛନ୍ତି କି?

ଓଡିଶା ଭାସ୍କର; ଯାହା ଆମ ପାଟିକୁ ଭଲ ଲାଗିଥାଏ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ । ସେହିପରି ଯାହା ଆମ ପାଟିକୁ ଭଲ ଲାଗିନଥାଏ ତାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏଣୁ ସ୍ୱାଦକୁ ଗୁରୁତ୍ୱ ନଦେଇ ଆମେ ଖାଦ୍ୟକୁ ଗୁରୁତ୍ୱ ଦେଇ ଖାଇବା ଦ୍ୱାରା ଏକ ଭଲ ସ୍ୱାସ୍ଥ୍ୟ ପାଇଥା’ନ୍ତି । ବିଶେଷ କରି ପାଟିକୁ ଆଦୌ ଭଲ ଲାଗୁନଥିବା ପିତା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଯାହାକୁ ନେଇ କଥାରେ ଅଛି ବୁଝୁ ନ ବୁଝୁ ପଢ଼େ ଗୀତା, ରୁଚୁ କି ନ ରୁଚୁ ଖା ପିତା । ଏହାର ଅର୍ଥ ହେଉଛି ମଣିଷ ଜୀବନରେ ଯେମିତି ଗୀତାର ମାହାତ୍ମ୍ୟ ଅଛି । ସେମିତି ପିତା ସ୍ୱାଦ ସିନା କଟୁ ହୋଇଥାଏ ହେଲେ ତାହା ସ୍ୱାସ୍ଥ୍ୟ ପାଇଁ ଭାରି ହିତକାରୀ ।

ପିତା ଖାଦ୍ୟ ଭିତରେ କଲରା ଓ ନିମ୍ୱ ପତ୍ର ହେଉଛି ସବୁଠାରୁ ଜଣାଶୁଣା ଖାଦ୍ୟ । ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଛି । ଏହି ପିତା ଖାଦ୍ୟ ଶରୀରୁ ବିଭିନ୍ନ ପ୍ରକାରର ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ।

  • କଲରା ଓ ନିମ୍ବ ଛୋଟପିଲାଙ୍କ ପାଇଁ ମଧ୍ୟ ବହୁ ଉପକାରୀ। ଛୋଟ ପିଲାଙ୍କର କୃମିଜାତୀୟ ରୋଗ ହେଲେ ମା’ ମାନେ କଲରା ନହେଲେ ନିମ୍ବ ପତ୍ରକୁ ଖାଇବାକୁ ଦେଇଥାନ୍ତି । ଏହାକୁ ଖାଇବା ଦ୍ୱାରା କୃମି ଜୀତୀୟ ରୋଗ ସାଙ୍ଗେ ସାଙ୍ଗେ ଭଲ ହୋଇଯାଇଥାଏ।
  • ଋୁତୁ ଜନିତ ସଂକ୍ରମଣରୁ ଶରୀରକୁ ରକ୍ଷା କରିବାରେ ବେଶ ସହାୟକ ହୋଇଥାଏ ନିମ୍ବ ଓ କଲରା ଜୁସ । ଏହାକୁ ଆପଣ ପ୍ରତିଦିନ ସେବନ କରି ପାରିବେ ।
  • ନିମ୍ବ ଓ କଲରା ଜୁସ ଓଜନ କମ୍ କରିବାରେ ସାହାଯ୍ୟ କରେ । ଏଥିପାଇଁ ପ୍ରତିଦିନ ଏକ ଗ୍ଲାସ ନିମ୍ବ ଜୁସ ସେବନ କରି ପାରିବେ ।
  • ଶରୀରରେ କୌଣସି ପ୍ରକାର ଇନଫେକ୍ସନ ହେବାକୁ ଦିଏ ନାହିଁ ଏହି ପିତା ଖାଦ୍ୟ । ସେହିପରି ପ୍ରତିଦିନ ଏହାକୁ ଖାଇବା ଦ୍ୱାରା, ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।
  • ଏହି ପିତା ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍କିନ ଇନଫେକ୍ସନରୁ ତାହା ରକ୍ଷା କରିଥାଏ। ବିଶେଷ କରି ଏହା ଆମକୁ କୁଣ୍ଡିଆ ସମସ୍ୟାରୁ ମୁକ୍ତି ଦେଇଥାଏ । ଅନ୍ୟପଟେ ଏହା ଡାଇବେଟିସ ରୋଗକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ମଧୁମେହ ରୋଗୀ କଲରା, ନିମ୍ବକୁ ପ୍ରତିଦିନ ନିହାତି ଖାଇବା ଦରକାର। ଏହା ରକ୍ତରେ ଥିବା ଶର୍କରା ପରିମାଣକୁ ନିୟନ୍ତ୍ରଣ କରେ ।
  • ହେଲଦି ଡାଏଟରେ ଏହାର ଜୁସକୁ ନିଶ୍ଚିତ ସାମିଲ କରନ୍ତୁ । ଦେଖିବେ ଏହାକୁ ସାମିଲ କରିବାଦ୍ବାରା ଆପଣଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବା ସହ ଆପଣ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା ପାଇ ପାରିବେ । ଏହାର ଜୁସ ନିତିଦିନ ପିଇଲେ ହେୟାର ଫଲ ମଧ୍ୟ କମିଥାଏ ।

Get real time updates directly on you device, subscribe now.