fbpx

5G ଛାଡି 6G ର ପଥ ଅନୁସରଣ କରିବ ଭାରତ : G20 ମଧ୍ୟରେ ଆମେରିକା-ଭାରତର ବଡ ଚୁକ୍ତି

ନୂଆଦିଲ୍ଲୀ : ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ବାର୍ତ୍ତାଳାପ ସମୟରେ ବିଶ୍ୱକୁ 5Gରୁ ଆଗକୁ ବଢାଇବା ନେଇ ଦୁଇ ଦେଶ ମଧ୍ୟରେ ଏକ ବଡ ସହମତି ହୋଇଥିଲା । ଉଭୟ ଦେଶ ମିଳିତ ଭାବେ 6G ଟେକ୍ନୋଲୋଜିର ବିକାଶ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଟେଲି କମ୍ୟୁନିକସନ ଇଣ୍ଡଷ୍ଟ୍ରି ସଲ୍ୟୁସନ (ATIS) ର ‘Next G Alliance’ ଏବଂ ‘Bharat 6G Alliance’ ମଧ୍ୟରେ ଏକ ଏମଓୟୁରେ ସ୍ୱାକ୍ଷରିତ ହୋଇଛି । ଏହି ସହଭାଗୀତା ଅଧୀନରେ ଭାରତ ଏବଂ ଆମେରିକା ମିଳିତ ଭାବେ 6G ଟେକ୍ନୋଲୋଜି ଉପରେ ଗବେଷଣା କରିବେ । ଏହା ସହିତ ନୂତନ ସୁଯୋଗ ମଧ୍ୟ ଖୋଜିବେ ।

ଭାରତ ଏବଂ ଆମେରିକାର ଏହି ପଦକ୍ଷେପରେ ସମଗ୍ର ବିଶ୍ୱକୁ ଫାଇଦା ହେବାକୁ ଯାଉଛି । ଏକ ସାଧାରଣ 6G ନେଟୱର୍କ ଉପରେ ଉଭୟ ଦେଶ କାର୍ଯ୍ୟ କରିବେ । ଏହା ମାଧ୍ୟମରେ ଏକ ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ଟେଲିକମ୍ ନେଟୱାର୍କ ବିକଶିତ ହେବ | ଏହା ସହିତ 6G ଟେକ୍ନୋଲୋଜିକୁ ସମର୍ଥନ କରୁଥିବା ସପଲାୟ ଚେନକୁ ମଧ୍ୟ ଦ୍ୱିଗୁଣ କରାଯିବ । ଉତ୍ତର ଆମେରିକାର ଦେଶରେ ବେତାର ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ATIS ର ‘Next G Alliance’ ଏକ ପଦକ୍ଷେପ ଅଟେ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଆଗାମୀ ଦଶନ୍ଧିରେ ବେସରକାରୀ କ୍ଷେତ୍ରର ସହାୟତାରେ 6G ଏବଂ ଅନ୍ୟାନ୍ୟ ବିକାଶ କରିବା । ଏହାକୁ ନେଇ ଏକ ଜାତୀୟ 6G ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି | ଏହା ସହିତ ଲୋକଙ୍କ ସାମାଜିକ-ଅର୍ଥନୈତିକ ଆବଶ୍ୟକତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି ।

ସେହିଭଳି ‘Bharat 6G Alliance’ ହେଉଛି ଭାରତୀୟ ଶିଳ୍ପ, ଏକାଡେମିକ୍ସ, ଜାତୀୟ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ମାନ ନିର୍ଦ୍ଧାରଣ କରିବା ପାଇଁ ପ୍ରତିଷ୍ଠାନଗୁଡ଼ିକର ଏକ ମିଳିତ ମଞ୍ଚ ରହିଛି । ସମସ୍ତେ ‘Bharat 6G Alliance’ ପାଇଁ ଏକାଠି କାମ କରୁଛନ୍ତି, ଯାହା କି ଇନୋଭେସନର ସାହାଯ୍ୟରେ ଡିଜାଇନ୍ ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି । ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକ ତଥା ବିଶ୍ୱର ଲୋକଙ୍କୁ ଉଚ୍ଚମାନର ଜୀବନ ଅଭିଜ୍ଞତା ପ୍ରଦାନ କରିବା ।

Get real time updates directly on you device, subscribe now.