fbpx

ମରକ୍କୋ ଭୂମିକମ୍ପ: ୫୮ ଘଣ୍ଟାରେ ୨୮୦୦ରୁ ଅଧିକ ମୃତ୍ୟୁ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ପେନ୍-ବ୍ରିଟେନ ଏବଂ କତର ଟିମ୍

ନୂଆଦିଲ୍ଲୀ: ମରକ୍କୋରେ ଘଟିଥିବା ସବୁଠାରୁ ଶକ୍ତିଶାଳୀ ଭୁମିକମ୍ପକୁ ୫୮ ଘଣ୍ଟା ବିତିସାରିଲାଣି । ହେଲେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ଜୀବିତ ଲୋକଙ୍କୁ ଖୋଜାଯାଉଛି । ସେଠାରେ ଅବସ୍ଥିତ ହାଇ ଏଟଲସ ପର୍ବତର ଗାଁରେ ହାରାହାରି ୩,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ଅନ୍ତରାଷ୍ଟ୍ରୀୟ ଏଜେନ୍ସିମାନେ କହିଛନ୍ତି ।

ଭୁମିକମ୍ପ ପୀଡିତଙ୍କୁ ଉଦ୍ଧାର କରିବା ଲାଗି ସ୍ପେନ , ବ୍ରିଟେନ ଏବଂ କତର ଟିମ୍ ଲାଗିଛନ୍ତି । ବହୁ ଜୀବିତ ଲୋକମାନେ ୩ ଦିନ ହେଲାଣି ରାସ୍ତା ଉପରେ କଟାଉଛନ୍ତି । ସରକାରୀ ସମାଚାର ଏଜେନ୍ସି ସୋମବାର ଦିନ ମୃତକ ସଂଖ୍ୟା ୨୮୦୦ ଏବଂ ୨୫୨୬ ଲୋକ ଆହତ ହୋଇଥିବା ସୂଚନା ଦେଇଛି । ଏଥିରେ ଅନେକ ଦୁର୍ଗମ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ପହଁଚି ନାହାନ୍ତି, ସେଥିପାଇଁ ମୃତକ ସଂଖ୍ୟା ଆହୁରୀ ବଢିବାର ସମ୍ଭାବନା ରହିଛି ।

ଭୂମିକମ୍ପରେ ପୀଡିତମାନେ ଆବଶ୍ୟକ ସୁରକ୍ଷା ପାଇପାରୁ ନାହାଁନ୍ତି। ଜଳ, ଖାଦ୍ୟ ଏବଂ ବିଦ୍ୟୁତ ଅଭାବରୁ ୩୬ ବର୍ଷୀୟ ୟାସିନ ନାମ୍ୱର ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନାହିଁ। ନୌମଗର କହିଛନ୍ତି, ‘ଆମେ ସବୁକିଛି ହରାଇଲୁ, ପୁରା ଘର ହରାଇଲୁ। ଆମେ ଚାହୁଁଛୁ ଆମ ସରକାର ଆମକୁ ସାହାଯ୍ୟ କରନ୍ତୁ। ’କର୍ମଚାରୀଙ୍କ କହିବାନୁସାରେ, ପଚିଶିଟି ଶବକୁ ଗାଁର ଛୋଟ କ୍ଲିନିକକୁ ଅଣାଯାଇଥିଲା, କିନ୍ତୁ ସେମାନଙ୍କୁ ରଖିବା ପାଇଁ ସ୍ଥାନ ନାହିଁ।

Get real time updates directly on you device, subscribe now.