fbpx

ପିତୃପକ୍ଷରେ ଏହିସବୁ କାମ କରିବା ଅତ୍ୟନ୍ତ ଅଶୁଭ, ପୂର୍ବରୁ କରିଦିଅନ୍ତୁ ଏହିସବୁ କାମ ଅନ୍ୟଥା ୧୬ ଦିନ ପର୍ଯ୍ୟନ୍ତ ହାତବାନ୍ଧି ବସିବାକୁ ପଡିବ

ଏଥର ୨୯ ସେପ୍ଟେମ୍ବରରୁ ପିତୃପକ୍ଷ ଆରମ୍ଭ ହୋଇଯାଉଛି ଓ ଏହା ୧୪ ଅକ୍ଟୋବରରେ ସମାପନ ହେବ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ପିତୃପକ୍ଷର ଆରମ୍ଭ ଭାଦ୍ରପଦ ମାସ ପୂର୍ଣ୍ଣିମା ତିଥିରୁ ହୋଇଥାଏ । ଏହି ପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥାଏ ।

ମାନ୍ୟତା ଅନୁସାରେ ଏହି ଅବଧିର ୧୬ ଦିନ ମଧ୍ୟରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । କୌଣସି ପ୍ରକାର ଶୁଭ କାର୍ଯ୍ୟ କରିବା ବହୁତ ଅଶୁଭ ମନେ କରାଯାଏ । ଜ୍ୟୋତିଷଙ୍କ କହିବା ଅନୁସାରେ ପିତୃପକ୍ଷ ଆରମ୍ଭ ହେବା ପୂର୍ବରୁ ସମସ୍ତ ଶୁଭ କାର୍ଯ୍ୟ ସାରି ଦିଅନ୍ତୁ । ଅନ୍ୟଥା ଏହି ୧୬ ଦିନ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରିପାରିବେ ନାହିଁ ।

ପିତୃପକ୍ଷ ଚାଲିଥିବା ସମୟରେ ନୂଆ ବସ୍ତ୍ର କିଣିବାକୁ ବାରଣ କରାଯାଇଛି । ବରଂ ପିତୃପକ୍ଷ ସମୟରେ ବସ୍ତ୍ର ଦାନ କରିବା ଜରୁରୀ । ତେଣୁ ପିତୃପକ୍ଷ ପୂର୍ବରୁ ନୂଆ ବସ୍ତ୍ର କିଣିବାର ଥିଲେ କିଣି ରଖନ୍ତୁ । ଯଦି ଆପଣ କୌଣସି ଦୋକାନ କିମ୍ବା କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ପିତୃପକ୍ଷ ଆରମ୍ଭ ହେବା ପୂର୍ବରୁ କରି ରଖନ୍ତୁ । କୌଣସି ବିଶେଷ ପୂଜା କରାଇବାର ଥିଲେ ପିତୃପକ୍ଷ ପୂର୍ବରୁ କରାଇ ନିଅନ୍ତୁ ।

୨୯ ଡିସେମ୍ବର ପୂର୍ବରୁ ବିବାହ ପରି କୌଣସି ଶୁଭ କାର୍ଯ୍ୟ କରାଇପାରିବେ । କିନ୍ତୁ ଏଥିଲାଗି ବି କୌଣସି ଶୁଭ ମୁହୂର୍ତ୍ତ ରହିଥିବା ଆବଶ୍ୟକ । ଅନ୍ୟଥା ଆପଣଙ୍କୁ ୧୬ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡିବ ।

Get real time updates directly on you device, subscribe now.