fbpx

(Video)କେନ୍ଦ୍ରାପଡା ପରି ପୁଣି ଏକ ସମାନ ଘଟଣା; ଫେରାର ହୋଇ ଅନ୍ୟ ଜାତିରେ ବିବାହ କରିବାରୁ ବଞ୍ଚିଥାଉ ଥାଉ ଝିଅର ଶୁଦ୍ଧି କ୍ରିୟା କଲେ ବାପା

ଗଜପତି; ବଞ୍ଚିଲା ଝିଅର ଫଟୋରେ ଫୁଲ ମାଳ ପକାଇଲେ ବାପା-ମାଆ । ଏହା ସହ ବ୍ରାହ୍ମଣକୁ ଡାକି ଝିଅର ଶୁଦ୍ଧି କ୍ରିୟା କରିଛନ୍ତି । ଏପରି ଏକ ଶୁଦ୍ଧି କ୍ରିୟା କରି ବଞ୍ଚିଲା ଝିଅ ମରିଯାଇଛି ବୋଲି ଗାଁର ସବୁ ଲୋକଙ୍କୁ ଜଣାଇଛନ୍ତି ପରିବାର ଲୋକେ । କେନ୍ଦ୍ରାପଡା ଘଟଣା ପରି ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ ସାହୁ ଓ ସହଦେବ ସାହୁଙ୍କ ପରିବାରରେ ଏହି ଘଟଣାଟି ଘଟିଛି ।

ଗତ ଶନିବାର ସହଦେବ ସାହୁଙ୍କ ସାନ ଝିଅ ଚାନ୍ଦିନୀ ସାହୁ ମଧ୍ୟ ରାତ୍ରିରେ ଘରୁ କୁଆଡେ ଚାଲି ଯାଇଥିଲେ । ବହୁଖୋଜା ଖୋଜି ପରେ ଚାନ୍ଦିନୀଙ୍କ ବିଷୟରେ କୌଣସି ସୂଚନା ମିଳିନଥିଲା । ଏହାପରେ ତାଙ୍କ ଝିଅ ଚାନ୍ଦିନୀ କୌଣସି ଏକ ପୁଅ ସହ ବିବାହ କରିଥିବା କଥା ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଥିଲେ । ଏହି ଖବର ଜାଣିବା ପରେ ସହଦେବଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଅନ୍ୟ ଜାତିରେ ଝିଅ ବିବାହ କରିଥିବାରୁ ଗାଁରେ ତାଙ୍କର ମାନ ସମ୍ମାନ ସବୁ ଚାଲିଯାଇଛି ବୋଲି ସେମାନେ ଅନୁଭବ କରିଥିଲେ । ଯାହାକୁ ନେଇ ଝିଅ ବଞ୍ଚିଥାଉ ଥାଉ ବ୍ରାହ୍ମଣକୁ ଡାକି ତା’ର ସୁଧିକ୍ରିୟା କରିଛନ୍ତି ।

ସୂଚନା ଥାଉକି, ସହଦେବ ଜଣେ ଛୋଟ ଜଳଖିଆ ବେପାରୀ। ଅନେକ କଷ୍ଟ ସହି ନିଜ ପରିବାର ପୋଷଣ କରି ଆସୁଥିଲେ। ଅନେକ ସପ୍ନ ଦେଖି ନିଜ ଝିଅକୁ ପୁଅ ଭଳି ପାଳି ଯୁକ୍ତ ଦୁଇ ପର୍ୟ୍ୟନ୍ତ ପାଠ ପଢାଇଥିଲେ। ହେଲେ ଅଳ୍ପ କେଇଦିନ ଭିତରେ ସେହି ସ୍ୱପ୍ନକୁ ନିଜ ପାଦରେ ଦଳି ଅନ୍ୟ ଜାତି ପୁଅର ହାତ ଧରି କୋର୍ଟରେ ବିବାହ କରିଛି ଝିଅ । ଏହାକୁ ନେଇ ସେ ଆଉ କେବେ ତାଙ୍କ ଝିଅକୁ ଗ୍ରହଣ କରିବେ ନାହିଁ ଏବଂ ତାଙ୍କ ଝିଅ ତାଙ୍କ ପାଇଁ ମରିଯାଇଛି ବୋଲି ଚାନ୍ଦିନୀଙ୍କ ବାପା ସହଦେବ ସାହୁ କହିଛନ୍ତି ।

 

Get real time updates directly on you device, subscribe now.