fbpx

ମର୍ମନ୍ତୁଦ ଦୁର୍ଘଟଣା: ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ବିହାର : ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ବାଗମତି ନଦୀରେ ଏକ ଡଙ୍ଗା ଓଲଟି ଯାଇଛି । ଏହି ଡଙ୍ଗାଟି ଛୋଟ ପିଲାଙ୍କୁ ନେଇ ସ୍କୁଲରେ ଛାଡିବାକୁ ଯାଉଥିଲା । ସୂଚନା ଅନୁସାରେ ଡଙ୍ଗାରେ ୩୪ ପିଲାଥିଲେ । ଏପର୍ଯ୍ୟନ୍ତ କିଛି ପିଲାଙ୍କୁ ଉଦ୍ଧାର କରାଯାଇଛି ଏହା ସହ ଅନେକ ପିଲା ନିଖୋଜ ରହିଛନ୍ତି । ଏହି ଘଟଣାର ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ପିଲାମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଅନେକ ପିଲା ଏବେ ନିଖୋଜ ଥିବା ଜଣାପଡିଛି । ପ୍ରଥମେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ଓ ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଘଟଣାସ୍ଥଳରେ ପୋଲିସର ଅନେକ ବଡ ଅଧିକାରୀ ଉପସ୍ଥିତ ଅଛନ୍ତି । ଗୋଟିଏ ପଟେ ଏଠାରେ ଡଙ୍ଗା ଓଲଟି ଥିବା ବେଳେ ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କ୍ୟାନ୍ସର ହସ୍ପିଟାଲ ଉଦଘାଟନ କରିବା ପାଇଁ ମୁଜାଫରପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.