fbpx
BJD SKY
BJD SKY

ଦର ବୃଦ୍ଧିକୁ ନେଇ ଖାଉଟି ନିରାଶ : ହରଡ଼ ଡାଲି ଛୁଇଁବ ଦୁଇ ଶହ

BJD

ନୂଆଦିଲ୍ଲୀ : ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି । ଦର ବୃଦ୍ଧି ହେବା ଦ୍ୱାରା ଲୋକେ ଅନେକ ଆର୍ଥୀକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଦର ବୃଦ୍ଧି ଦ୍ୱାରା ମାଧ୍ୟବିତ ଲୋକମାନେ ସାମଗ୍ରୀ କିଣିବାରେ ଅସମର୍ଥ ହୋଇଯାଉଛନ୍ତି । ତେଲ, ଅଟା, ଚାଉଳ ପରେ ଏବେ ପୁଣି ଡାଲି ଦରର ପ୍ରହାରରେ ଖାଉଟି ଘାଇଲା । ଖୁଚୁରା ବଜାରରେ ଏବେ ସବୁ ପ୍ରକାର ଡାଲିର ଦର ବୃଦ୍ଧି ପାଇଛି ।

ବର୍ଷକ ପୂର୍ବରୁ ହରଡ ଡାଲିର ଦର କିଲୋ ପିଛା ୧୩୦ ଟଙ୍କା ଥିବା ବେଳେ ଏବେ ୧୭୦ ଟଙ୍କା ହୋଇଯାଇଛି । ଆଗକୁ ଏହାର ଦର ୨୦୦ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ ଆଗୁଆ ଆକଳନ କରି କହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ଚିନ୍ତା ଘାରିବାରେ ଲାଗୁଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଘରୋଇ ବଜାରରେ ଡାଲି ଦର ନିୟନ୍ତ୍ରଣ କରିବାକୁ ସବୁ ପ୍ରକାର ଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ପ୍ରଥମ ପଦକ୍ଷେପ ସ୍ୱରୂପ ସରକାର ଏବେ ଆମେରିକାରୁ ଶସ୍ତା ମସୁର ଡାଲି ଆମଦାନୀ କରି ଘରୋଇ ବଜାରରେ ଚାହିଦା ପୂରଣ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଆମେରିକାରୁ ଆସିବାକୁ ଥିବା ଶସ୍ତା ମସୁର ଡାଲି ଉପରୁ ଅତିରିକ୍ତ ଟିକସ ହଟାଇ ଦିଆଯାଇଛି ।

ବିଭିନ୍ନ ସାମଗ୍ରୀ ମଧ୍ୟରେ ବଜାରରେ ଡାଲି ଦର ସବୁଠୁ ଅଧିକ ବୃଦ୍ଧି ହୋଇଥିବା ଜଣାଯାଇଛି। ଏମିତିକି ବର୍ଷକ ମଧ୍ୟରେ ହରଡ ଡାଲି ଦର ୩୭ ପ୍ରତିଶତ ବୃଦ୍ଧି ଘଟିଛି । ଦେଶର ବିଭିନ୍ନ ଭାଗରେ ବର୍ତ୍ତମାନ କିଲୋ ପିଛା ୧୭୦-୧୮୦ ଟଙ୍କାରେ ବ୍ରିକି ହେଉଛି । ଏଥର ଦେଶର ଅଧିକାଂଶ ରାଜ୍ୟରେ ବର୍ଷା ପରିମାଣ ୧୫ ରୁ ୨୫ ପ୍ରତିଶତ ହ୍ରାସ ପାଇଛି । ଏହାର ପ୍ରଭାବରେ ଡାଲି ଫସଲ ଅମଳ ହ୍ରାସ ଘଟିବାର ସମ୍ଭାବନା ରହିଛି । ତେଣୁ ବଜାରରେ ଡାଲି ଦର ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.