fbpx

ଦୁଇ ଟ୍ରକ୍ ମୁହାଁମୁହିଁ: ୨ ଡ୍ରାଇଭର ମୃତ

କୁଚିଣ୍ଡା: ରାଜ୍ୟରେ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଥିବା ବେଳେ ଆଜି ଏନଏଚ-୫୩ରେ ଦୁଇ ଟ୍ରକ ମୁହାଁମୁହିଁ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ଜଣ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଜମନକିରା ଥାନା ଚେପଟଆମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଏନଏଚ-୫୩ରେ ଦୁଇ ଟ୍ରକ ମୁହାଁମୁହିଁ ହୋଇଛନ୍ତି । ଫଳରେ ଦୁଇ ଟ୍ରକର ସାମ୍ନା ପଟ କ୍ଷୟ ଘଟିଥିବା ବେଳେ ଦୁଇ ଟ୍ରକର ଉଭୟ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଁଚି ଟ୍ରକରୁ ଉଭୟ ଡ୍ରାଇଭରଙ୍କୁ ବାହାର କରିଥିଲେ ।

ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ ନିଆଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ଟ୍ରକ ମାଲିକଙ୍କ ସହ ଯୋଗାଯୋଗ କରିବା ସହ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.