fbpx

ପୁରୁଷ ପରମ୍ପରାକୁ ଭାଙ୍ଗି ମନ୍ଦିର ପୂଜାରୀ ହେବେ ମହିଳା, ସରକାରଙ୍କ ମାର୍ଫତରେ ନିଆଯାଇଛି ଏହି ନିଷ୍ପତି

ଓଡିଶା ଭାସ୍କର; ଆପଣ ଯେବେ ବି ଯେଉଁ ମନ୍ଦିର ଯାଇଥିବେ ସେଠାରେ ଆପଣ ପୁରୁଷ ପୂଜାରୀଙ୍କୁ ଦେଖିଥିବେ । ହେଲେ କ’ଣ ଆପଣ କେବେ ମହିଳା ପୂଜାରୀଙ୍କୁ ଦେଖିଛନ୍ତି କି? କିନ୍ତୁ ଏକ ଐତିହାସିକ ଘଟଣା ଦେଖିବାକୁ ଯାଉଛି, ଯେଉଁଥିରେ ପୁରୁଷ ପରମ୍ପରାକୁ ଭାଙ୍ଗି ମହିଳା ମନ୍ଦିର ପୂଜାରୀ ହେବେ । ପୂଜାରୀ ହେବ ଆଗରୁ ତାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ଏହି ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି ।

୨୦୨୧ରେ ଡିଏମ୍‌‌କେ ସରକାର ତାମିଲନାଡୁରେ କ୍ଷମତାକୁ ଆସିବା ପରେ ସମସ୍ତ ଜାତିର ଲୋକଙ୍କୁ ପୁରୋହିତ ତାଲିମ ପ୍ରଦାନ ପାଇଁ ପଦକ୍ଷେପ ନେଇ ଘୋଷଣା କରିଥିଲେ । ଏହାପରେ ଉକ୍ତ ମହିଳାମାନେ ପୁରୋହିତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଏହି ୩ ଜଣ ମହିଳାମାନେ ହେଲେ କ୍ରିଷ୍ଣାଭେନୀ, ଏସ୍‌‌ ରାମ୍ୟା ଏବଂ ଏନ୍‌‌ ରଣଜିତା । ଆଗାମୀ ଦିନରେ ସେମାନେ ଦୀର୍ଘଦିନ ଧରି ଚାଲିଆସୁଥିବା ପୁରୁଷ ପରମ୍ପରାକୁ ଭାଙ୍ଗି ରାଜ୍ୟର ମନ୍ଦିରଗୁଡ଼ିକରେ ସହକାରୀ ପୁରୋହିତ ଭାବେ ନିଯୁକ୍ତ ହେବେ ବୋଲି ସୂଚନା ରହିଛି । ବର୍ତ୍ତମାନ ସମୟରେ ମହିଳାମାନେ ସମସ୍ତ କ୍ଷେତ୍ରରେ ଉପସ୍ଥିତ ଥିବା ବେଳେ ଏଭଳି ପ୍ରୟାସ ଉଦାହରଣ ପାଲଟିବ ବୋଲି ସେମାନେ ଭାବିଥିବା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.