fbpx

ପୁଣି ଓଲଟିଲା ପ୍ରବାସୀଙ୍କ ଗାଡ଼ି, ୮ଆହତ

ମହାରାଷ୍ଟ୍ର, ୧୪ା୫: ମହାରାଷ୍ଟ୍ର ସ୍ଥିତ ନାସିକ ସିଲପାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ପ୍ରବାସୀଙ୍କ ଟ୍ରକ୍ ଗାଡ଼ି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଟ୍ରକରେ ଗଞ୍ଜାମ ସ୍ଥିତ ହିଞ୍ଜିଳି ଆସୁଥିଲେ ୫୨ଜଣ ପ୍ରବାସୀ ଓଡ଼ିଆ । ୨ଲକ୍ଷ ଟଙ୍କାରେ ଟ୍ରକ୍ ଭଡ଼ା କରି ପ୍ରବାସୀ ଓଡ଼ିଆ ଫେରୁଥିଲେ ।
ସେହିପରି ଆଜି ସକାଳେ ମଧ୍ୟ ଅନୁଗୁଳ ସ୍ଥିତ ଠାକୁରଗଡ଼ ଷୋଳପଦା ନିକଟରେ ବସ୍ ଓଲଟି ୧୦ଜଣ ପ୍ରବାସୀ ଓଡ଼ିଆ ଆହତ ହୋଇଥିଲେ । ବୌଦ୍ଧରୁ ଅନୁଗୁଳ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍ ଓଲଟିଥିଲା ଓ ସେଥିରେ ୧୫ଜଣ ପ୍ରବାସୀ ଓଡ଼ିଆ ଆସିଥିଲେ । ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

Get real time updates directly on you device, subscribe now.