fbpx

କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି

ଜୟପୁର,୧୪ ।୧୨(ଓଡିଶା ଭାସ୍କର): କୋରାପୁଟ ଗସ୍ତରେ ଯିବେ ନବାଗତ ପୋଲିସ ଡିଜି ଅଭୟ କୁମାର । ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ୬ଟି ଜିଲ୍ଲାର ଏସପିଙ୍କ ସହ ସେ ବୈଠକ କରିବେ । ଏନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ମାଓ ଦମନ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।

ତେବେ କିଛିଦିନ ପୂର୍ବରୁ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ । ପୂର୍ବରୁ ସେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ ରାଜ୍ୟ ସରକାର । କିନ୍ତୁ ସେତେବେଳେ ଅଭୟ ଡେପୁଟେସନରେ ଥିବା ହେତୁ ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା । ଡେପୁଟେସନରୁ ଫେରିବା ପରେ ଆନୁଷ୍ଠାନିକ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଆଇପିଏସ ଅଫିସର ଅଭୟ ।

Get real time updates directly on you device, subscribe now.