fbpx

(VIDEO) ଏସିଆ କପ୍ ଜିତିବା ପରେ ରାତାରାତି ଭାରତ ପହଞ୍ଚିଲା ଟିମ୍ ଇଣ୍ଡିଆ: ବିମାନବନ୍ଦରରେ ନାଚିଲେ ରୋହିତ ଶର୍ମା, ଏପରି ପୋଜ୍ ଦେଲେ ରୋହିତ-କେଏଲ-ଇଶାନ୍

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏସିଆ ବିଶ୍ୱ କପ୍ ୨୦୨୩ ଟାଇଟଲ୍ ବିଜୟ ସହ ଶେଷ କରିଛନ୍ତି । ସେପ୍ଟେମ୍ବର ୧୭ରେ ଶ୍ରୀଲଙ୍କାକୁ ହରାଇ ପ୍ରାୟ ୫ ବର୍ଷ ପରେ ଟୁର୍ଣ୍ଣାମେଣ୍ଟ ଟ୍ରଫି ଜିତିଛି ଭାରତ । ଏସିଆ କପ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ନିଜ ଘର ଭାରତକୁ ଫେରିଛନ୍ତି । ଅନ୍ୟପଟେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭାରତୀୟ ଖେଳାଳିମାନେ ନିଜ ନିଜ ଘରକୁ ଯାଉଥିବାର ଦେଖିବାକୁ ମିଳିଛି ।

ତେବେ ଏଏନଆଇ ନ୍ୟୁଜ୍ ଏଜେନ୍ସି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛି, ଯାହାକି ଟିମ୍ ଇଣ୍ଡିଆର ଖେଳାଳିମାନଙ୍କର ରହିଛି । ଭିଡିଓରେ ଭାରତୀୟ ଖେଳାଳିମାନେ ମୁମ୍ବାଇର କାଲିନା ଏୟାରପୋର୍ଟରୁ ନିଜ ନିଜ ଘରକୁ ଯାଉଥିବା ନଜର ଆସିଛନ୍ତି ।

ରୋହିତ ଶର୍ମା, ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ଟିମ୍ ଇଣ୍ଡିଆର ଖେଳାଳିଙ୍କୁ କଲିନା ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଅବଶ୍ୟ କିଛି ଖେଳାଳିଙ୍କୁ ଭିଡିଓରେ ଦେଖିବାକୁ ମିଳିନଥିଲା । ଅଧିନାୟକ ତଥା ପୂର୍ବ ଅଧିନାୟକଙ୍କ ସମେତ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମ୍ରା, କେ.ଏଲ ରାହୁଲ, ଇଶାନ କିଶାନ ଓ ଶ୍ରେୟସ୍ ଆୟର ମଧ୍ୟ ଘରକୁ ଫେରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭିଡିଓରେ ରୋହିତ ଶର୍ମାଙ୍କୁ ଟୁମକା ଲଗାଇ ନାଚୁଥିବାର ଦେଖିବାକୁ ମିଳିଛି । କାରରେ ବସିବା ପୂର୍ବରୁ ସେ ନାଚି ଗଣମାଧ୍ୟମର ମନୋରଞ୍ଜନ କରିଥିଲେ । ଏହା ପରେ ସେ ଫଟୋ ଉଠାଇଥିଲେ । ଯଦି ଆପେ ମ୍ୟାଚ୍ ବିଷୟରେ କଥା ହେବା ତେବେ ଫାଇନାଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଛି ।

 

 

Get real time updates directly on you device, subscribe now.