fbpx

ମରାଠା କୋଟା ଲାଗି କରୁଥିଲେ ଅନଶନ, ବେକରେ ଫାଶୀ ଲଗାଇ ଝୁଲି ପଡିଲେ

ନୂଆଦିଲ୍ଲୀ: ମରାଠା ସଂରକ୍ଷଣକୁ ନେଇ ଚାଲିଥିବା ଆମରଣ ଅନଶନରେ ସାମିଲ ଥିବା ୨୬ ବର୍ଷୀୟ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସବୁଠାରୁ ଦୁଃଖର କଥା ତାଙ୍କର ୧୩ ମାସର ଏକ ଶିଶୁ ବି ରହିଛି । ଏହି ବ୍ୟକ୍ତିଙ୍କ ନାମ ସୁଦର୍ଶନ ଦେବରାୟ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଗତ ରବିବାର ମଧ୍ୟରାତ୍ରରେ ଦେବରାୟ ନାଦେଣ୍ଡ ଜିଲ୍ଲାର ହିମାୟତନଗର ତହସିଲରେ ଆତ୍ମହତ୍ୟା କରିଛନ୍ତି ।

ତେବେ ଆତ୍ମହତ୍ୟା ପୂର୍ବରୁ ସେ ଏକ ନୋଟ୍ ଛାଡି ଯାଇଛନ୍ତି ଯେଉଁଥିରେ ଉଲ୍ଲେଖ ରହିଛି ସେ ମରାଠା ସଂରକ୍ଷଣ ଲାଗି ନିଜର ଜୀବନ ଦେଉଛନ୍ତି । ଏବେ ପୋଲିସ ଦେବରାୟଙ୍କ ଚିଠିକୁ ଯାଞ୍ଚ କରୁଛି ।ପୋଲିସ କହିଛି ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ପରିବାର ସହ ହିମାୟତନଗର କାମାରୀ ସ୍ଥିତ ନିଜ ଘରେ ଥିଲେ । ଦେବରାୟ ଜଣେ କୃଷକ ଥିଲେ । ଏହା ସହିତ ସେ ଜୀବିକା ଉପାର୍ଜନ ଲାଗି ଛୋଟ ଚାକିରୀ ବି କରୁଥିଲେ ।

ଦେବରାୟ ନିଜ ପରିବାରରେ ଏକମାତ୍ର ରୋଜଗାରିଆ ଥିଲେ । ତାଙ୍କ ପରିବାରରେ ରୋଗ ଗ୍ରସ୍ତ ପିତା, ବୁଢୀ ମା, ପତ୍ନୀ , ଦୁଇ ସନ୍ତାନଙ୍କ ସହ ଏକ ୧୩ ମାସର ଶିଶୁ ରହିଛି । ମରାଠା ସମୁଦାୟ ସଦସ୍ୟ ସଂରକ୍ଷଣ ଲାଗି ସରକାରଙ୍କ ବିରୋଧରେ ନାରା ଲଗାଇ ପୋଲିସ ଷ୍ଟେସନରେ ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନକାରୀମାନେ ଦେବରାୟଙ୍କ ମୃତ୍ୟୁ ଲାଗି ସରକାରଙ୍କୁ ଦାୟୀ କରିଛନ୍ତି ।

Get real time updates directly on you device, subscribe now.