fbpx

ସମ୍ବିଧାନ କପିରେ ନାହିଁ ସେକ୍ୟୁଲାର-ସୋସିଆଲିଷ୍ଟ ଶବ୍ଦ, ନିଜ ସ୍ଥାନରେ ଅଛି ସମାଜବାଦୀ-ନିରପେକ୍ଷ ଶବ୍ଦ

ନୂଆଦିଲ୍ଲୀ: ସଂସଦର ନୂଆ ଭବନ ତିଆରି ସମୟରେ ସମ୍ବିଧାନର ପ୍ରସ୍ଥାବନାରେ ସେକ୍ୟୁଲାର-ସୋସିଆଷ୍ଟ ଶବ୍ଦ ନଥିବାକୁ ନେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଅଭିଯୋଗ ପରେ ଅନ୍ଦୋଳନ ସୃଷ୍ଟି ହୋଇଛି । ଏବେ ଏହି ତଥ୍ୟ ସମ୍ନାକୁ ଆସିଛି ଯେ, ସମ୍ବିଧାନର ଇଂରାଜୀରେ ଲେଖାଯାଇଥିବା ପ୍ରସ୍ଥାବନାରେ ସେକ୍ୟୁଲାର-ସୋସିଆଲିଷ୍ଟ ଶବ୍ଦ ନାହିଁ । ହେଲେ ହିନ୍ଦୀରେ ଲେଖାଯାଇଥିବା ପ୍ରସ୍ଥାବନାରେ ସମାଜବାଦୀ-ନିରପେକ୍ଷ ଶବ୍ଦ ନିଜ ସ୍ଥାନରେ ଅଛି।

ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ ଲଗାଇଛନ୍ତି ଯେ, ଭାରତୀୟ ସମ୍ବିଧାନରେ ସେକ୍ୟୁଲାର-ସୋସିଆଲିଷ୍ଟ ଶବ୍ଦ ନାହିଁ ଏବଂ ତାକୁ ନେଇ ତାଙ୍କର ଚିନ୍ତା ଅଟେ । ସେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ ହେଲେ ତାଙ୍କୁ କୌଣସି ସୁଯୋଗ ଦିଆଯାଇନଥିଲା । ଯେତେବେଳେ ସେ ସମ୍ବିଧାନ ପଢୁଥିଲେ ତାଙ୍କୁ ଧର୍ମନିରପେକ୍ଷ ଏବଂ ସମାଜବାଦୀ ଦୁଇଟି ଶବ୍ଦ ମିଳିନଥିଲା । ଏହାପରେ ସେ ନିଜେ ନିଜେ ଏହି ଶବ୍ଦ ଯୋଡି ପଢିଥିଲେ । ସେ କହିଛନ୍ତି ଯେ, ସେ ଏନେଇ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଦେଖାଇଥିଲେ । ଏହା ଆମ ସମ୍ବିଧାନକୁ ଜାଣିଶୁଣି ବଦଳାଇବା ପାଇଁ ପ୍ରୟାସ କରୁଛି ।

ବିଜେପି ସାଂସଦ ସୁଶୀଲ ମୋଦୀ କହିଛନ୍ତି ଯେ, ଏହା ଏକ ସଂଶୋଧିତ କପି କୁହାଯାଇନଥିଲା । ଯେତେବେଳେ ସମ୍ବିଧାନ ସ୍ୱୀକାର କରାଗଲା ଏହା ମୂଳରୁ ହିଁ ଥିଲା । ଏଥିରେ ସମାଜବାଦୀ ଧର୍ମନିରପେକ୍ଷ ଶବ୍ଦ ନଥିଲା । ବର୍ତ୍ତମାନ ସମାଜବାଦୀ ଶବ୍ଦର ଏବେ କୌଣସି ପ୍ରାସଙ୍ଗିକତା ଅଛି କି? ଏହା ଏକ ଅନାବଶ୍ୟକ ବିବାଦ ଅଟେ ।

ହେଲେ ବୁଧବାରଦିନ ସମ୍ବିଧାନ ପ୍ରସ୍ତାବନାରେ ଇଂରାଜୀ ଏବଂ ହିନ୍ଦୀର ଦୁଇଟି କପି ସାମ୍ନାକୁ ଆସିଛି । ଇଂରାଜୀ ପ୍ରସ୍ଥାବନାରେ ସେକ୍ୟୁଲାର-ସୋସିଆଲିଷ୍ଟ ନାହିଁ । କିନ୍ତୁ ହିନ୍ଦୀ ପ୍ରସ୍ଥାବନାରେ ସମାଜବାଦୀ ଏବଂ ନିରପେକ୍ଷର ଶବ୍ଦ ଅଛି । ଅଧୀର ରଞ୍ଜନଙ୍କ କହିବା ଅନୁଯାୟୀ, ଏହା ଜାଣିଶୁଣି ସମ୍ବିଧାନକୁ ବଦଳାଇବା ପାଇଁ ପ୍ରୟାସ କରାଯାଇଛି ।

Get real time updates directly on you device, subscribe now.