fbpx

ଏବେ ନିର୍ବାଚନ ହେଲେ ଭୀଷଣ ଭାବରେ ହାରିବେ ଟ୍ରୁଡୋ, ଭାରତ ସହ ଟେନସନ ଭିତରେ ଆସିଲା ଏହି ଖବର

ନୂଆଦିଲ୍ଲୀ:ଭାରତ ସହ ଟେନସନ ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀଙ୍କ ଲାଗି ଏକ ଖରାପ ଖବର ଆସିଛି । ଏବେ ଏବେ ହୋଇଥିବା ଏକ ସର୍ଭେ ଅନୁସାରେ କାନାଡାରେ ତାଙ୍କ ସରକାରଙ୍କ ପ୍ରତି ବିପଦ ବଢିବାରେ ଲାଗିଛି । କୁହାଯାଉଛି ଯଦି ଏବେ ନିର୍ବାଚନ ହେବ ତେବେ ଟ୍ରୁଡୋ ଭୀଷଣ ପରାଜୟ ବରଣ କରିବେ ଓ ଦେଶରେ କନଜରଭେଟିଭ ପାର୍ଟିର ସରକାର ଗଠନ ହେବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଟ୍ରୁଡୋ କହିଥିଲେ ଖାଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ହତ୍ୟା ଘଟଣାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ ।

କାନାଡାର ଗ୍ଲୋବାଲ ନ୍ୟୁଜରେ ପ୍ରକାଶିତ Ipsos ସର୍ଭେ ଅନୁସାରେ ଉତ୍ତର ରଖିଥିବା ୪୦ ପ୍ରତିଶତ ଜନତା କହିଛନ୍ତି କନଜରଭେଟିଭ୍ ନେତା ପିୟରେ ପୋଇଲିବ୍ରେ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ । ଏହି ତାଲିକାରେ ଟ୍ରୁଡୋ ଦ୍ୱିତୀୟରେ ରହିଛନ୍ତି । ଟ୍ରୁଡୋଙ୍କୁ ୩୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ରିପୋର୍ଟ ଅନୁଯାୟୀ Ipsos ର ସିଇଓ ଡେରେଲ ବ୍ରିକର କହିଛନ୍ତି ଆଜି ନିର୍ବାଚନ ହେଲେ କନଜରଭେଟିଭ ପାର୍ଟି ହିଁ ସରକାର ଗଢିବ ।

ଆଗାମୀ ନିର୍ବାଚନରେ ତାଙ୍କ ନେତୃତ୍ୱରେ ଲିବେରାଲ ପାର୍ଟି ବିଜୟ ହାସଲ କରିବ ବୋଲି ଟ୍ରୁଡୋ ଲଗାତର କହି ଆସୁଥିବା ବେଳେ Ipsos ର ସର୍ଭେ ଫଳାଫଳ କହୁଛି ୬୦ ପ୍ରତିଶତ କାନାଡା ନାଗରିକ ମାନୁଛନ୍ତି କି ଏକ ନେତା ଭାବରେ ଏବେ ଟ୍ରୁଡୋ ପଛକୁ ହଟିଯିବା ଉଚିତ ହେବ ଓ ଲିବେରାଲ ପାର୍ଟିର ନେତୃତ୍ୱ ଆଉ କାହାକୁ ମିଳିବା ଉଚିତ ।

Get real time updates directly on you device, subscribe now.