fbpx

ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ଗଭୀର ସ୍ଥାନରେ ସନ୍ଧାନ କଲେ ରହସ୍ୟମୟ ଭାଇରସ୍‌, ମଣିଷ ଲାଗି ରହିଛି ଏହି ବିପଦ

ନୂଆଦିଲ୍ଲୀ: ଚୀନ୍‌ର ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ଗଭୀର ସ୍ଥାନ ମାରିଆନା ଟ୍ରେଞ୍ଚରେ ଏକ ନୂଆ ରହସ୍ୟମୟୀ ଭାଇରସର ଠାବ କରିଛନ୍ତି । ବୈଜ୍ଞାନିକଙ୍କୁ ଏହି ଭାଇରସ୍ ୨୯,୧୯୯ ଫୁଟ୍ ଗଭୀରରେ ମିଳିଛି । ଏତେ ଗଭୀର ସ୍ଥାନରେ ପ୍ରଥମ ଥର ଲାଗି କୌଣସି ଭାଇରସ୍‌ର ଠାବ କରାଯାଇଛି । ଏହି ଭାଇରସ୍ ବ୍ୟାକ୍ଟେରିଆ ଖାଇଥାଏ । ଏହା ସଂକ୍ରମଣ ବି ବ୍ୟାପକ କରିଦେଇପାରେ ।

ଏହି ଭାଇରସ୍‌ର ନାମ  vB_HmeY_H4907  ମାରିଆନା ଟ୍ରେଞ୍ଚର ସବୁଠାରୁ ଗଭୀର ପାଦଦେଶ ୩୬ ହଜାର ଫୁଟରେ ରହିଛି । ମାରିଆନା ଟ୍ରେଞ୍ଚ ପ୍ରଶାନ୍ତ ମହାସାଗରରେ ରହିଛି । ପ୍ରକୃତରେ ଏହି ଭାଇରସ୍ ବ୍ୟାକ୍ଟିରିଓଫେଜ୍ ଅଟେ ଅର୍ଥାତ୍ ଏହା ଏପରି ଏକ ଜୀବ ଯାହା କେବଳ ବ୍ୟାକ୍ଟେରିଆ ଖାଇଥାଏ ।
ବ୍ୟାକ୍ଟେରିଆକୁ ଖାଇ ଏହାର ଅଙ୍ଗ ସହାୟତାରେ ଏହା ନିଜର ପ୍ରତିରୂପ ସୃଷ୍ଟି କରିଥାଏ । ଏହା ଏହିପରି ଭାବରେ ନିଜର ଶହ ଶହ ପ୍ରତିରୂପ ସୃଷ୍ଟି କରି ନିଜ ବଂଶକୁ ଆଗକୁ ବଢାଇଥାଏ ।

ଏହି ଭାଇରସକୁ ନେଇ ବୈଜ୍ଞାନିକଙ୍କ ଅଧ୍ୟୟନ ମାଇକ୍ରୋବାୟୋଲଜି ସ୍ପେକ୍ଟ୍ରମ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଅଧ୍ୟୟନରୁ ଜଣାପଡିଛି ଏହି ଭାଇରସ୍ ବ୍ୟାକ୍ଟେରିଆ ପରି ବିଭିନ୍ନ ପ୍ରକାର ରେଞ୍ଜ ଓ ପ୍ରଜାତିର ଅଛନ୍ତି । vB_HmeY_H4907   ଭାଇରସ୍ ଯେଉଁ ସ୍ଥାନରେ ନିଜର ସଂଖ୍ୟା ବୃଦ୍ଧି କରୁଛି ତାହାକୁ ହାଡାଲ ଜୋନ୍ କୁହାଯାଉଛି । ତେବେ ଏହା ସମୁଦ୍ରର ଏତେ ଗଭୀରତାରେ ରହୁଥିବାରୁ ମଣିଷ ପାଖରେ ପହଞ୍ଚିବା ଏତେ ସହଜ ନୁହେଁ । ଏ ପର୍ଯ୍ୟନ୍ତ ଏହା ମଧ୍ୟ ଜଣାପଡି ନାହିଁ କି ଏହି ଭାଇରସ୍ ମଣିଷ ଶରୀରରେ କିପରି କ୍ଷତି କରିବ । କିନ୍ତୁ ଏହାର ବହୁ ପ୍ରଜାତିଙ୍କ ସମ୍ବନ୍ଧରେ ଯାହା ତଥ୍ୟ ମିଳିଛି ସେଥିରୁ ଜଣାପଡିଛି ଯେ,ଏମାନେ ସଂକ୍ରମଣକୁ ବ୍ୟାପକ କରିପାରିବେ ।

Get real time updates directly on you device, subscribe now.