ମଧ୍ୟପ୍ରଦେଶ : ଅନେକ ଥର ଆପଣ ଦେଖିଥିବେ ମୃତ ବ୍ୟକ୍ତିଙ୍କ ନାରେ ଟଙ୍କା ମିଳିବା, ଠକେଇ ମାମଲା ଦ୍ୱାରା ମନୋରେଗାରେ ନାଁ ଯୋଡି ହେବା । କିନ୍ତୁ ଏହା ପ୍ରଥମ ଥର ଦେଖିବାକୁ ମିଳିଛି କୌଣସି ମୃତ ବ୍ୟକ୍ତି ସର୍ଭେ କରିବେ ବୋଲି ତାଙ୍କ ନାମ ଲିଷ୍ଟରେ ପ୍ରକାଶ ପାଇଛି । ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ଦେଖିବାକୁ ମିଳିଛି ଶିକ୍ଷକଙ୍କର ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଛି,ଏବଂ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ତାଙ୍କ ନାମ ଲିଷ୍ଟରେ ଯୋଡା ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି । ଲୋକ ପ୍ରଶ୍ନ କରିଛନ୍ତି ଏଥିରୁ ଜଣା ପଡୁଛି ଯେଉଁମାନେ ବର୍ଷାରେ କ୍ଷତି ଶହିଛନ୍ତି ସେମାନଙ୍କ ପାଇଁ ପ୍ରଶାସନ କେତେ ପରିମାର ସତର୍କ ।
ଏହି ଘଟଣା ଧାର ଜିଲ୍ଲାର ଟଣ୍ଡା ଅଞ୍ଚଳରେ ଥିବା ଆମ୍ବାସେଟୀ ଗାଁର ଘଟଣା । ଏଠାରେ ବସବାସ କରୁଥିବା ପ୍ରାଥମିକ ଶିକ୍ଷକ ତେରସିଂ ମୋରୀଙ୍କ ମୃତ୍ୟୁ ୫ ଜାନୁୟାରୀ ୨୦୨୧ରେ ହୋଇଥିଲା । କୌଣସି ରୋଗରେ ପୀଡିତ ହେବା ପରେ ତାଙ୍କ ମୃତ୍ୟୁ ୫୦ ବର୍ଷ ବୟସରେ ହୋଇଥିଲା । ତାଙ୍କ ମୃତ୍ୟୁର ପ୍ରମାଣ ପତ୍ର ମଧ୍ୟ ଜାରି ହୋଇଛି । ବିଗତ କିଛି ଦିନ ପୂର୍ବରୁ ଧାର ଜିଲ୍ଲାରେ ହୋଇଥିବା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିଲା । ଏହାର ଆକଳନ କରିବାକୁ ସରକାର କହିଥିଲେ । ଏଥି ପାଇଁ ଅନେକ ଟିମ ମଧ୍ୟ ଗଠନ କରାଯାଇଥିଲା । ତେବେ ସର୍ଭେ କରିବା ପାଇଁ ଯେଉଁ ଟିମ ଗଠନ କରାଯାଇଥିଲା ସେଥିରେ ମୃତ ତେରାସିଂ ମୋରୀଙ୍କ ନାମ ମଧ୍ୟ ଲିଷ୍ଟରେ ସାମିଲ ହୋଇଥିଲା ।
ଏହି ଲିଷ୍ଟ ଯେତେବେଳେ ପ୍ରକାଶ ପାଇଲା ଏହା ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା ପରେ ଗ୍ରାମବାସୀ ଏହି ଖବର ମିଡିଆ ଲୋକଙ୍କୁ ଦେଇଥିଲେ । ଏହା ପରେ ଖବରଟି ସାରା ଅଞ୍ଚଳରେ ପ୍ରସାରଣ କରାଯାଇଥିଲା । ଏହି ଘଟଣାକୁ ନେଇ କୃଷି ଏସଡିଏମ କହିଛନ୍ତି, “ଏହି ଲିଷ୍ଟ ଜାଣିଶୁଣି କରାଯାଇ ନାହିଁ । ଏହା ପୁରୁଣା ଲିଷ୍ଟ ।”