fbpx

ମହିଳା ସଂରକ୍ଷଣ ବିଲ ପଛରେ ଓଡ଼ିଶାର ନେତୃତ୍ୱ : ବିକାଶ ହିଁ ଏହାର ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର : ବିଧାନ ସଭା ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଓ ମନ୍ତ୍ରୀମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ଏବଂ ଓଡ଼ିଶାବାସୀଙ୍କର ବିକାଶକୁ ସବୁବେଳେ ପ୍ରାଥମିକତା ଦେଇଛନ୍ତି । ଅନେକ ସମୟରେ ବିରୋଧୀ ଦଳ ବହୁ ସମାଲୋନା, ଅଭିଯୋଗ କରିବେ, କିନ୍ତୁ ତାହାକୁ ନଡରି ଆମେ ସଠିକ ଭାବରେ ସବୁର ମୁକାବିଲା କରିବା । ଏହା ସହିତ ରାଜ୍ୟବାସୀଙ୍କ ସ୍ୱାର୍ଥ ହିଁ ଆମର ପ୍ରାଥନିକତା ରହିବ ।

ଅନେକ ବର୍ଷର ସଂର୍ଘଷ ପରେ ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇଥିବାରୁ ସମସ୍ତ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ଛଡ଼ା ଆମ ଓଡ଼ିଶାକୁ ପ୍ରଥମ କରି ମହିଳା ବାଚସ୍ପତି ମିଳିଥିବାରୁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମହିଳାଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ କିମ୍ବା ରାଷ୍ଟ୍ରରେ ବିକାଶ ହୋଇପାରିବ ନାହିଁ ବୋଲି ଏହି ବୈଠକରେ କହିଛନ୍ତି । ତାଛଡ଼ା ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ଆମର ସରକାର ସର୍ବଦା ଦୁରୁତ୍ୱ ବହନ କରୁଛି । ଆମ ଦଳର ବାରମ୍ବାର ଚେଷ୍ଟା ଫଳରେ ଆଜି କେନ୍ଦ୍ରରେ ମହିଳା ସଂରକ୍ଷଣ ବିଲ ପାସ ହୋଇଛି ।

ବର୍ତ୍ତମାନ ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାସ ହେବା ଓ ପ୍ରଥମ ଥର ପାଇଁ ଓଡ଼ିଶାକୁ ଜଣେ ମହିଳା ବାଚସ୍ପତି ମିଳିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.