ଭୁବନେଶ୍ୱର : ଶରୀରକୁ ସୁସ୍ଥ ରଖିବା ପାଇଁ କୋଲେଜନ ବହୁତ ଜରୁରୀ ଅଟେ । କୋଲେଜନ ଦ୍ୱାରା ଶରୀରକୁ ପ୍ରୋଟିନ ମିଳିଥାଏ । ଏହା ଶରୀରର ଅନେକ ଅଙ୍ଗ ଯେପରିକି ଟେଣ୍ଡନ୍ସ, ପେଟ, ଗଣ୍ଠି ଏବଂ ଲିଗାମେଣ୍ଟସରେ ମିଳିଥାଏ । ଏହା ଆମର ଚର୍ମ, ନଖ, କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ବାସ୍ତବରେ ଆମ ଶରୀରରେ ସ୍ୱଭାବିକ ଭାବରେ କୋଲେଜନ ଉତ୍ପାଦନ କରେ, ବୟସ ସହିତ ଆମ ଶରୀରରେ କୋଲେଜନର ଉତ୍ପାଦନ କମିଯାଏ । ଏହି ସବୁ ୩୦ ବୟସ ପରେ ହୋଇଥାଏ । ଏହି କାରଣରୁ ଶରୀରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ ।
ଚର୍ମରେ ଉନ୍ନତି : କୋଲେଜନ ଚର୍ମର ଇଲାସ୍ଟିସିଟୀ ଏବଂ ହାଇଡ୍ରୋଶନକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରା ।ଯେତେବେଳେ ଶରୀରରେ କୋଲେଜନର ଉତ୍ପାଦନ କମ ହେବାକୁ ଆରମ୍ଭ ହୁଏ ସେତେବେଳେ ମୁହଁରେ ସୂକ୍ଷ୍ମ ପଣ ଏବଂ କୁଞ୍ଚନ ଆସିବାକୁ ଲାଗିଥାଏ । ତେଣୁ ନିଜର ଡାଏଟରେ କୋଲେଜନକୁ ସାମିଲ କରି ନିଜ ତ୍ୱଚାର ଧ୍ୟାନ ରଖନ୍ତୁ ।
ମଜବୁତ କେଶ ଏବଂ ନଖ : କୋଲେଜନ କେଶ ଏବଂ ନଖ ପାଇଁ ଅଧିକ ଜରୁରୀ ଅଟେ । ଶରୀରରେ କୋଜେନେ ସ୍ତର କମିଲେ, ନଖ ସହଜରେ ଭାଙ୍ଗିଯାଏ ଏବଂ କେଶ ମଧ୍ୟ ଝଡିବାରେ ଲାଗେ । କୋଲେଜନକୁ ସେବନ କଲେ ନଖ ଏବଂ କେଶ ସୁସ୍ଥ ରହିବ ।
ସୁସ୍ଥ ହାଡ଼ : ଆମର ହାଡ଼ରେ ମଧ୍ୟ କୋଲେଜନ ମିଳିଥାଏ । ଏହା ଦ୍ୱାରା ଆମ ହାଡ଼କୁ ଶକ୍ତି ମିଳେ । ୩୦ ବର୍ଷପରେ ହାଡ଼ର ଡେନସିଟି କମିବାକୁ ଲାଗେ । ଏମିତିରେ କୋଲେଜନ ସେବନ କରିବା ଦ୍ୱାରା ହାଡ଼ରେ ଉନ୍ନତି ଆସିଥାଏ ।
ପେଟ ପାଇଁ ଜରୁରୀ : କୋଲେଜନରେ ଅମୀନୋ ଏସିଡ ମିଳିଥାଏ, ଯାହାକି ପେଟ ପାଇଁ ଅନେକ ଲାଭଦାୟକ ଅଟେ । ବୟସ ବଢିବା ଦ୍ୱାରା ଆମ ପେଟରେ ପାଚନ ଜନିତ ସମସ୍ୟା ମଧ୍ୟ ବଢିବାକୁ ଲାଗିଥାଏ । ଏଭଳି ପରିସ୍ଥିତିରେ କୋଲେଜନ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ୟଅ ଦୂର ହୋଇଥାଏ ।