fbpx

ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପାଇଁ ପ୍ରତି ଘରୁ ଆସିବ ଗୋଟିଏ ଇଟା ଓ ୧୧ ଟଙ୍କା: ଯୋଗୀ

ଲକ୍ଷ୍ନୌ,୧୪ ।୧୨: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର କରିବା ପାଇଁ ପ୍ରତି ପରିବାର ଗୋଟିଏ ଇଟା ଓ ୧୧ଟଙ୍କା ଦେବାକୁ କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଝାରଖଣ୍ଡର ଗିରିଡିହ ନିର୍ବାଚନୀ ରାଲି କରିବା ସମୟରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ତେବେ ଝାରଖଣ୍ଡ ବିଜେପି ପ୍ରାର୍ଥୀ ନାଗେନ୍ଦ ମହେତାଙ୍କ ପ୍ରଚାର ପାଇଁ ଯାଇଥିବା ବେଳେ ବାଗୋଦରରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ଯୋଗୀ । ଏହା ସହ ସେ କହିଥିଲେ ଯେ, ‘୫୦୦ ବର୍ଷ ପୁରୁଣା ବିବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଧ୍ୟମରେ ବୁଝାମଣା କରାଯାଇଛି । ଖୁବ୍ ଶୀଘ୍ର ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ମୁଁ ଝାରଖଣ୍ଡବାସୀଙ୍କୁ ମଧ୍ୟ ଆହ୍ଵାନ ଦେବି ପ୍ରତିଟି ଘର ମନ୍ଦିର ନିର୍ମାଣ ପାଇଁ ଇଟା ଓ ୧୧ ଟଙ୍କା ଦାନ କରନ୍ତୁ ।’

Get real time updates directly on you device, subscribe now.