fbpx

ଭିଜିଲାନ୍ସ ବିଭାଗର ସତର୍କ ସୂଚନା: ଆକାଉଣ୍ଟକୁ ଲାଞ୍ଚ ଟଙ୍କା ଆସିଥିଲେ ଗିରଫ ହେବେ ଫୋନ୍ ପେ’ ଆକାଉଣ୍ଟଧାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଅନଲାଇନ୍ ନେଣଦେଣ ବଢ଼ିବା ସହିତ ଲାଞ୍ଚ କାରବାରର ତରିକା ମଧ୍ୟ ବଦଳିବାରେ ଲାଗିଛି । ତେବେ ଏହା ମଧ୍ୟରେ ଲାଞ୍ଚ ନେବାର ଏକ ନୂଆ କୌଶଳ ସାମ୍ନାକୁ ଆସିଛି । କିଛି କର୍ମଚାରୀ ଅନ୍ୟର ଫୋନ୍ ପେ’ ଆକାଉଣ୍ଟକୁ ଟଙ୍କା ପଠାଇଉଥିବା ଦେଖାଯାଉଛି । ଏହାପରେ କର୍ମଚାରୀ ଉକ୍ତ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଅର୍ଥ ଟ୍ରାନ୍ସଫର କରିଥିଲେ । ଏଭଳି ଏକ ମାମଲାରେ ନିକଟରେ ରାଜଧାନୀର ଜଣେ ସରକାରୀ କର୍ମଚାରୀ ଓ ଆଉ ଜଣଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି ।

ତେବେ ଏଭଳି ଲାଞ୍ଚ କାରବାର ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ କଠୋର ହେବା ସହ ଜନସାଧାରଣଙ୍କୁ ସତର୍କ କରିଛି । ଯେଉଁ ଲୋକଙ୍କ ଫୋନ୍ ପେ’ ଆକାଉଣ୍ଟକୁ ଟଙ୍କା ଯାଇଥିବା ସେମାନେ ଧରାପଡ଼ିଲେ ଗିରଫ ହେବେ । ଲାଞ୍ଚୁଆଙ୍କୁ ଦୁର୍ନୀତି କରିବାକୁ ସହଯୋଗ କରିଥିଲେ ସେମାନଙ୍କୁ ଗିରଫ କରାଯିବ । କ୍ୟାଶ ନେଲେ କେମିକାଲ ବୋଳା ହୋଇଥିବା କାରଣରୁ ଧରାପଡ଼ିବାର ଭୟ ରହିଥାଏ । ତେଣୁ ଅନଲାଇନରେ ଲାଞ୍ଚ ନେଲେ ଭିଜିଲାନ୍ସ ପ୍ରମାଣ ପାଇବ ନାହିଁ ବୋଲି ଅନେକ ଭାବୁଛନ୍ତି ।

ସମସ୍ତ ପ୍ରକାରର ଟାଞ୍ଜାକସନ ଉପରେ ଭିଜିଲାନ୍ସ ବିଭାଗର ନଜର ରହିଛି । ତେଣୁ ଅନଲାଇନରେ ଟଙ୍କା କାରବାର କଲେ ଯେ ଧରାପଡ଼ିବେ ନାହିଁ ଏହା ଭାବିବା ଭୁଲ୍ । ନିକଟରେ ଅନ୍ୟର ଫୋନ ପେ’ ଆକାଉଣ୍ଟକୁ ଲାଞ୍ଚ ଟଙ୍କା ପଠାଇ ଜଣେ ସରକାରୀ କର୍ମଚାରୀ ଗିରଫ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଅନଲାଇନ ଟ୍ରାଞ୍ଜାକସନ ଉପରେ ନଜର ରଖିବା ପାଇଁ ସାଇବର ଏକ୍ସପର୍ଟଙ୍କଙ୍କୁ ଭିଜିଲାନ୍ସ ବିଭାଗ ନିୟୋଜିତ କରିଛି ।

Get real time updates directly on you device, subscribe now.