fbpx

‘ମୋ ସ୍ତ୍ରୀ ଏବେ ବି ତାର ପ୍ରେମିକଙ୍କୁ ଭଲ ପାଉଛି ସେଥିଲାଗି ମୁଁ ସେମାନଙ୍କ ବିବାହ କରାଇଦେଲି’

ଓଡିଶା ଭାସ୍କର: ସିନେମାର କାହାଣୀ ଭଳ ଏକି ଘଟଣା ଉତ୍ତରପ୍ରଦେଶର ଦେବରିୟାରେ ଦେଖିବାକୁ ମିଳିଛି । ଏଠାରେ ଜଣେ ପ୍ରେମିକ ବିବାହିତା ପ୍ରେମିକାକୁ ଦେଖା କରିବା ପାଇଁ ତାର ଶାଶୁଘରେ ପହଞ୍ଚିଥିଲେ । ଏବିଷୟରେ ସ୍ୱାମୀ ଖବର ପାଇବା ପରେ ସେ ସ୍ତ୍ରୀକୁ ପାଖକୁ ଡାକି ତାର ମତାମତ ନେଇଥିଲେ । ଶେଷରେ ସେ ସ୍ତ୍ରୀର ଖୁସି ପାଇଁ ତାର ବିବାହ ପ୍ରେମିକ ସହ କରାଇ ଦେଇଥିଲେ । ବର୍ତ୍ତମାନ ଏହି ବିବାହ ସମଗ୍ର ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବରିୟା ଜିଲ୍ଲାର ବରିୟାପୁର ନଗର ପଞ୍ଚାୟତରେ । ଏଠାରେ ରହୁଥିବା ଯୁବକ ଆକାଶ ଶାହଙ୍କ ବିବାହ ବିହାର ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାର ଭୋରି ଅଞ୍ଚଳସ୍ଥ ଏକ ଗ୍ରାମରେ ଜଣେ ଯୁବତୀଙ୍କ ସହିତ ହୋଇଥିଲା । ସବୁକିଛି ଠିକଠାକ ଚାଲୁଥିବା ବେଳେ ଗତ ଶୁକ୍ରବାର ସ୍ତ୍ରୀର ପ୍ରେମିକ ଆସି ଘରେ ପହଞ୍ଚିଥିଲେ ।

ସ୍ତ୍ରୀ ପ୍ରେମିକଙ୍କୁ ହଠାତ ଦେଖି ଯେତିକି ଖୁସି ହୋଇଥିଲା ସେତିକି ଭୟଭୀତ ବି ହୋଇଯାଇଥିଲା । ଏହି ଘଟଣାକୁ ନେଇ ସ୍ୱାମୀ ଆକାଶ ଶାହ କହନ୍ତି, ‘ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ନିରାଶ ହୋଇଯାଇଥିଲି । ତା’ପରେ ମନକୁ ବୁଝାଇ ସ୍ତ୍ରୀ ଓ ଗ୍ରାମବାସୀଲଙ୍କ ସହିତ କଥା ହୋଇଥିଲି । ମୋ ସ୍ତ୍ରୀ ଏବେ ବି ତାର ପ୍ରେମିକଙ୍କୁ ଭଲ ପାଉଛି ବୋଲି କହିବା ସହିତ ପ୍ରେମିକ ବି ତାର ପ୍ରେମିକାକୁ ଭୁଲି ପାରୁ ନାହିଁ ବୋଲି କହିଥିଲେ । ଏହାପରେ ମୁଁ ଦୁହିଁଙ୍କ ଖୁସି ପାଇଁ ପୁଣିଥରେ ସ୍ତ୍ରୀଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ତାଙ୍କ ପ୍ରେମିକଙ୍କ ସହିତ କରାଇ ଦେଇଥିଲି ।’

Get real time updates directly on you device, subscribe now.