fbpx

ବାବୁସାନଙ୍କ ‘ଦମନ’ ଘୋଡ଼ାକୁ ମିଳିପାରେ ବଡ଼ ସମ୍ମାନ: ଅଷ୍ଟମ ପ୍ରଜାତିର ଘୋଡ଼ାର ମିଳିପାରେ ମାନ୍ୟତା

ମାଲକାନାଗିରି: ଅଷ୍ଟମ ପ୍ରଜାତିର ଘୋଡ଼ା ଭାବରେ ମାନ୍ୟତା ପାଇପାରେ ମାଲକାନାଗିରିର ଘୋଡ଼ା । ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦେଖାଯାଉଥିବା ଘୋଡ଼ାକୁ ଏହି ବଡ଼ ମାନ୍ୟତା ପ୍ରଦାନ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୭ଟି ପ୍ରଜାତିର ଘୋଡ଼ା ଦେଖିବାକୁ ମିଳୁଥିବା ବେଳେ ଏହାକୁ ଅଷ୍ଟମ ପ୍ରଜାତି ବୋଲି ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ଓୟୁଏଟିର ଗବେଷଣାରୁ ଏହା ଜଣାଯାଇଛି ଯେ, ଦେଶରେ ଚିହ୍ନଟ ହୋଇଥିବା ୭ ପ୍ରଜାତିର ଘୋଡ଼ା ମଧ୍ୟରୁ ମାଲକାନାଗିରି ସ୍ୱାଭିମାନ ଅଞ୍ଚଳର ଘୋଡ଼ାମାନଙ୍କର ଏକ ଭିନ୍ନତା ରହିଛି । ତେଣୁ ଏହାକୁ ଅଷ୍ଟମ ପ୍ରଜାତିର ଘୋଡ଼ା ଭାବରେ ମାନ୍ୟତା ଦେବା ସହ ଏମାନଙ୍କ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯିବା ଉଚିତ୍ । ଏ ନେଇ ଓୟୁଏଟି ପଶୁ ପ୍ରଜନନ ବିଭାଗର ମୁଖ୍ୟ ଡା. ସୁଶାନ୍ତ ଦାଶ ପ୍ରକାଶ କରିଛନ୍ତି । ୧୪୦-୧୪୯ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଏହି ଘୋଡ଼ାମାନଙ୍କର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମ୍ ରହିଥାଏ । ଭାରତର ସିକିମ, ଅରୁଣାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ଓ ହିମାଞ୍ଚଳ ପରି ଥଣ୍ଡା ଏବଂ ପାହାଡ଼ିଆ ଅଞ୍ଚଳରେ ଏଭଳି ଗୋଡ଼ା ଦେଖିବାକୁ ମିଳିଥାନ୍ତି ।

ବିଭିନ୍ନ ଅପହଞ୍ଚ ସ୍ଥାନରେ ଏମାନେ ସାଜିଛନ୍ତି ପରିବହନର ପ୍ରମୁଖ ମାଧ୍ୟମ । ତେବେ ସେତୁ ନିର୍ମାଣ ପରେ ଏମାନଙ୍କ ବ୍ୟବହାର ହ୍ରାସ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସ୍ୱାଭିମାନ ଅଞ୍ଚଳର ୪ଟି ପଞ୍ଚାୟତରେ ପ୍ରାୟ ୮୦୦-୯୦୦ ଘୋଡ଼ା ରହିଥିବା ସୂଚନା ରହିଛି । ବାବୁସାନଙ୍କ ଅଭିନୀତ ସୁପରହିଟ ଚଳଚ୍ଚିତ୍ର ‘ଦମନ’ ଯେଉଁ ଡାକ୍ତରଙ୍କ ଚରିତ୍ରକୁ ନେଇ ପର୍ଯ୍ୟବେଶିତ, ସେ ମଧ୍ୟ ଏହି ଘୋଡ଼ା ସାହାଯ୍ୟ ବିଭିନ୍ନ ସ୍ଥାନକୁ ଯାତାୟତ ପାଇଁ ଏହି ଘୋଡ଼ାର ସାହାଯ୍ୟ ନେଇଥିଲେ । ତେବେ ଦମନ ସିନେମା ଏହି ଗୋଡ଼ାକୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇବା ପାଇଁ ମଧ୍ୟ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଛି ବୋଲି କୁହାଯାଇପାରେ ।

Get real time updates directly on you device, subscribe now.