fbpx

(video)କୁଲି ପରେ ଏବେ ବଢେଇ ଅନ୍ଦାଜରେ ରାହୁଲ ଗାନ୍ଧୀ, ହାତୁଡି ଧରି ଶିଖିଲେ ବଢେଇ କାମ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ରାହୁଲ ଗାନ୍ଧୀଙ୍କ ବଢେଇ କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କିଛିଦିନ ପୂର୍ବରୁ ରାହୁଲ ଗାନ୍ଧୀ କୁଲି ବେଶରେ ଷ୍ଟେସନରେ ଲୋକଙ୍କ ଲଗେଜ୍ ବୋହୁଥିବାର ନଜର ଆସିଥିଲେ । ଏବେ ରାହୁଲଙ୍କୁ ଦିଲ୍ଲୀର ଏକ ଆସବାବପତ୍ର ଦୋକାନରେ ଦେଖିବାକୁ ମିଳିଛି । ସେ ଏଠାରେ ହାତୁଡି ଧରି କିଛି କାଠ କାମ କରୁଥିବାର ନଜର ଆସୁଛନ୍ତି ।

ରାହୁଲ ଗାନ୍ଧୀ ଦିଲ୍ଲୀର କୀର୍ତ୍ତିନଗର ସ୍ଥିତ ଏସିଆର ସବୁଠାରୁ ବୃହତ୍ତ ଫର୍ଣ୍ଣିଚର ଦୋକାନକୁ ଯାଇଥିଲେ । ସେଠାରେ ସେ ବଢେଇ ଭାଇମାନଙ୍କୁ ଭେଟିବା ସହିତ ସେମାନଙ୍କର ଖୁବ୍ ପ୍ରଶଂସା ବି କରିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ସେମାନଙ୍କ କଳାକାରୀ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କ ଠାରୁ କିଛି ଶିଖିବାକୁ ବି ଚେଷ୍ଟା କରିଥିଲେ । ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋରେ ରାହୁଲ ଗାନ୍ଧୀ ଫର୍ଣ୍ଣିଚର ଦୋକାନରେ କାମ କରୁଥିବାର ନଜର ଆସୁଛନ୍ତି ।

କିଛି ଦିନ ପୂର୍ବରୁ କଂଗ୍ରେସ ସାଂସଦ ଛତିଶଗଡ ଗସ୍ତରେ ଯାଇଥିବା ବେଳେ ବିଳାସପୁର ଟ୍ରେନରେ ସାଧାରଣ ଯାତ୍ରୀଙ୍କ ସହ ଯାତ୍ରା କରିଥିଲେ । ସେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ କଥାବାର୍ତ୍ତା ହେବା ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହି ସମୟରେ ସେ ଟ୍ରେନରେ ଜଣେ ଯୁବତୀଙ୍କ ଖାତାରେ ଚିତ୍ର ବି ଆଙ୍କୁଥିବାର ନଜର ଆସିଥିଲେ ।

Get real time updates directly on you device, subscribe now.