fbpx
BJD SKY
BJD SKY

ବନ୍ୟା ପାଇଁ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି: ଆଗକୁ ଆହୁରି ଭୟଙ୍କର ହେବ ପରିସ୍ଥିତି

BJD

ଓଡ଼ିଶା ଭାସ୍କର: ନ୍ୟୁୟର୍କ ସହରରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ନ୍ୟୁୟର୍କ ସହରରେ ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଜାତୀୟ ପାଣିପାଗ ସେବାର ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ସୁଦ୍ଧା କେତେକ ଅଞ୍ଚଳରେ ୫.୦୮ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିଲା ଏବଂ ଆଗାମୀ ସମୟରେ ଆହୁରି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ସହରର ସାଧାରଣ ପରିବହନ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପଡ଼ିବା ସହ ରାସ୍ତା ଘାଟ ସବୁ ପାଣିରେ ବୁଡ଼ି ଯାଇଛି । ଏପରି ପରିସ୍ଥିତିକୁ ସମୀକ୍ଷା କରି ନ୍ୟୁୟର୍କ ସହରର ମେଟ୍ରୋ ସିଷ୍ଟମ ବନ୍ଦ କରାଯାଇଥିବା ବେଳେ ଲାଗାର୍ଡିଆ ବିମାନବନ୍ଦରର ଗୋଟିଏ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି ।

Get real time updates directly on you device, subscribe now.