fbpx

ସରିନି ଭାରତର ‘Moon Mission’ : ଚନ୍ଦ୍ରଯାନ-୪,୫,୬କୁ ନେଇ ବଡ଼ ଅପଡେଟ ଦେଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ଭାରତର ଆତ୍ମବିଶ୍ୱାସକୁ ଦୃଢୀଭୂତ କରିଛି । ମହାକାଶ ଏବଂ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ମାଇଲ ଷ୍ଟୋନ୍ ସୃଷ୍ଟି କରିଛି ଭାରତ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ ଥାପିବା ମାତ୍ରେ ଇତିହାସ ରଚିଛି ଇସ୍ରୋ ଏବଂ ଚନ୍ଦ୍ରଯାନ-୩ । ତେବେ ଏହାପରେ ବିଭିନ୍ନ ଗ୍ରହକୁ ଯାନ ପଠାଇବା ପାଇଁ ପ୍ଲାନ କରୁଛି ଭାରତର ଅନ୍ତରୀକ୍ଷ ଏଜେନ୍ସି । ଗତ ମାସ ସୂର୍ଯ୍ୟପୃଷ୍ଠକୁ ଆଦିତ୍ୟ ଏଲ-୧ ପବଠାଇଥିବା ବେଳେ ଖୁବଶୀଘ୍ର ଶୁକ୍ର ଗ୍ରହକୁ ମଧ୍ୟ ଯାନ ପଠାଇବାକୁ ଇସ୍ରୋ ଯୋଜନା ଚଳାଇଛି । ତେବେ ଏହା ଭିତରେ ଇସ୍ରୋ ନିଜର ପରବର୍ତ୍ତୀ ମୁନ୍ ମିଶନ୍ ଉପରେ ବଡ଼ ଅପଡେଟ ଦେଇଛି ।

ରିପୋର୍ଟ ଅନୁସାରେ, ଇସ୍ରୋର ଡେପୁଟୀ ଡାଇରେକ୍ଟର ପି. ସୁନୀଲ କହିଛନ୍ତି ଯେ, ବୃଦ୍ଧି ପାଇଥିବା ପେଲୋଡ ସହିତ ଚନ୍ଦ୍ରଯାନ-୪, ୫ ଏବଂ ୬ ଲଞ୍ଚ କରାଯିବା ନେଇ ଯୋଜନା କରାଯାଉଛି । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳନ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ଏହାବ୍ୟତୀତ ସ୍ପେସ ଷ୍ଟେସନର ଲଞ୍ଚିଙ୍ଗର କନ୍ସେପ୍ଟ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅନେକ ସ୍ପେସ ମିଶନ୍ ଲଞ୍ଚ କରିବା ପରେ ଆମକୁ ଭଲ ଫଣ୍ଡ ମିଳୁଛି । ଏପରିକି ଇଣ୍ଟରନେସନାଲ ସ୍ପେସ ବିଜନେସ ସେୟାର ଆମର ୨ ପ୍ରତିଶତ ବା ୭ ବିଲିୟନ ଡଲାରରେ ପହଞ୍ଚି ସାରିଛି ।

ଇସ୍ରୋ ଏବଂ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି ଲୁପେକ୍ସ ଲଞ୍ଚ କରିବା ଉପରେ କାର୍ଯ୍ୟ କରୁଛି । ତେବେ ଏହି ମିଶନ୍ କୁ ଚନ୍ଦ୍ରଯାନ-୪ ଭାବରେ ଜଣାଯାଉଛି । ଉଭୟ ଏଜେନ୍ସି ଚନ୍ଦ୍ରମାରେ ଜଳ ଖୋଜିବା ସହ ଅନ୍ୟାନ୍ୟ ଡାଟା ମଧ୍ୟ ସଂଗ୍ରହ କରିବ । ତେବେ ଆସନ୍ତା ୨୦୨୬ ମସିହା ରେ ଏହାକୁ ଲଞ୍ଚ କରିବା ନେଇ ଆଶା କରାଯାଉଛି । ଏହାପରେ ଚନ୍ଦ୍ରଯାନ ୫ ଏବଂ ୬ ଉପରେ ମଧ୍ୟ କାର୍ଯ୍ୟ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଲାଣ୍ଡ କରିଥିଲା ଭାରତର ମୁନ୍ ମିଶନ୍ । ଚନ୍ଦ୍ରରେ ପହଞ୍ଚିବା ପରେ ୧୪ ଦିନ ପର୍ଯ୍ୟନ୍ତ ଜହ୍ନ ରାଇଜର ବିଭିନ୍ନ ତଥ୍ୟ ଇସ୍ରୋକୁ ପଠାଇଛି ଚନ୍ଦ୍ରଯାନ-୩ । ତେବେ ଚନ୍ଦ୍ରର ୧୦୦ ମିଟର ପର୍ଯ୍ୟନ୍ତ ଯତ୍ରା କରିଥିଲେ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । ଏହି ସମୟରେ ଚନ୍ଦ୍ରମାରେ ସଲଫର, ଅକ୍ସିଜେନ୍, କ୍ୟାଲସିୟମ, ଆଇରନ୍, ଟାଇଟାନିୟମ ଏବଂ ସେଠାକାର ତାପମାତ୍ରା ସହିତ ଅନ୍ୟ ତଥ୍ୟ ମଧ୍ୟ ପଠାଇଥିଲା ଚନ୍ଦ୍ରଯାନ-୩ ।

Get real time updates directly on you device, subscribe now.