ନୂୂଆଦିଲ୍ଲୀ: ଇସ୍ରାଏଲ୍ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଲାଗିଛି ଭୟାବହ ଯୁଦ୍ଧ । ଏହି ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାରି ମଧ୍ୟରେ ଆତଙ୍କୀ ସଂଗଠନ ହମାସର ବର୍ବର ଆଚରଣକୁ ନେଇ ବିଭିନ୍ନ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଅତ୍ୟନ୍ତ ବେଦନାଦାୟକ ।
Kids in Gaza Harass and bully and terrorize a Jewish child that was kidnapped by Hamas terrorists. pic.twitter.com/g5rGfnvQEt
— Megh Updates 🚨™ (@MeghUpdates) October 8, 2023
ହମାସ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ଏକ ଇହୁଦୀ ଶିଶୁ ଉପରେ ଅତ୍ୟାଚାରର ଚିତ୍ର ଦେଖିବାକୁ ମିଳୁଛି । ଏହି ଭିଡିଓରେ କିଛି ଛୋଟ ପିଲା ଅପହୃତ ଶିଶୁକୁ ଟଣା ଓଟରା କରିବା ସହ ବିଭିନ୍ନ ଭାଷାରେ ଗାଳି କରୁଛନ୍ତି । ତାକୁ ନିଜ ମା’କୁ ଡାକିବାକୁ କହିବା ସହ ତାର ଚେହେରାକୁ ନେଇ ଚିଡାଉଥିବାର ଦେଖାଯାଉଛି । ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।