fbpx

ସନ୍ଧ୍ୟା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏଭଳି କାମ, ନହେଲେ ମାଡିଆସିବ ଦାରିଦ୍ରତା

ଓଡିଶା ଭାଷ୍କର : ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ଲୋକେ ବହୁତ ମାନନ୍ତି । ଶାସ୍ତ୍ର ଏପରି ଅନେକ ଜିନିଷ ଲେଖା ଅଛି, ଯାହାକି ମଣିଷ ଜାଣି ନଥାନ୍ତି । ଶାସ୍ତ୍ରରେ ସନ୍ଧ୍ୟା ସମୟରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ତାହା ଉଲ୍ଲେଖ ଅଛି । ଲୋକମାନଙ୍କୁ ନିଜର କର୍ମ ଅନୁସାରେ ଫଳ ମିଳିଥାଏ । ଏହା ଲୋକମାନଙ୍କର ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ବେଶ ପ୍ରଭାବ ପକାଇଥାଏ । ତେଣୁ ସନ୍ଧ୍ୟା ସମୟରେ ଭୁଲରେ ବି ଏହି କାମ କରିବା ଉଚିତ୍ ନୁହେଁ, ନଚେତ ହୋଇଯିବେ ଦରିଦ୍ର । ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ କଣ କରିବା ଅନୁଚିତ୍..

୧-ଯଦି ଆପଣ ନିଜ ପରିବାରର ଖୁସି ଚାହୁଁଛନ୍ତି, ତେବେ ରାତିର ସମୟରେ ରୋଷେଇ ଘରେ କୌଣସି ଅଇଁଠା ବାସନ ରଖନ୍ତୁ ନାହିଁ । ଶୋଇବା ପୂର୍ବରୁ ଅଇଁଠା ବାସନ ସର୍ବଦା ସଫା କରିନିଅନ୍ତୁ । ଏହା ଦ୍ୱାରା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ପରିବାର ସହ ରହିବ ।

୨-ସୂର୍ଯ୍ୟାସ୍ତ ସମୟରେ ଭୋଜନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆଗାମୀ ଜନ୍ମରେ ପଶୁ ଭାବେ ଜନ୍ମ ହେବାର ଯୋଗ ରହିଛି ।

୩-ସନ୍ଧ୍ୟା ସମୟରେ ଛୋଟ ପିଲା ଓ ରୋଗୀ ଲୋକଙ୍କୁ ଛାଡି ଅନ୍ୟମାନେ ଶୋଇବା କଥା ନୁହେଁ । କାହିଁକି ନା ଏହି ସମୟରେ ଶୋଇବା ଦ୍ୱାରା ଲୋକେ ରୋଗଗ୍ରସ୍ତ ହୁଅନ୍ତି ଓ ମା ଲକ୍ଷ୍ମୀ ମଧ୍ୟ ରାଗିଥାନ୍ତି ।

୪- ସନ୍ଧ୍ୟା ସମୟରେ ବେଦ ଓ ଶାସ୍ତ୍ରର ଅଧ୍ୟୟନ କରିବାକୁ କଥା ନୁହେଁ । ଏହି ସମୟରେ କେବଳ ଧ୍ୟାନ ଓ ସାଧନା କରିବା ଲାଭପ୍ରଦ ହୋଇଥାଏ ।

୫-ସୂର୍ଯ୍ୟାସ୍ତ ସମୟରେ ଧ୍ୟାନ ଓ ସାଧନା କରିବାର ସମୟ । ଏହି ସମୟରେ କାମ ଭାବକୁ ନିୟନ୍ତ୍ରଣ ରଖିବା ଜରୁରୀ । ଏହି ସମୟରେ ସ୍ତ୍ରୀ-ପୁରୁଷ ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଗର୍ଭଧାରଣରୁ ଉତ୍ପନ୍ନ ଶିଶୁ ସଂସ୍କାରି ହୋଇନଥାଏ ।

Get real time updates directly on you device, subscribe now.