fbpx

ଟି-୨୦ ଦଳରେ ନେତୃତ୍ୱ ପାଇଲେ ସଞ୍ଜୁ ସାମସନ୍: ଅଚାନକ ନିଷ୍ପତ୍ତି ନେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ପରେ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍ ପଡ଼ିଛନ୍ତି ଭାରତର ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ୍ । ତେବେ ଦଳରୁ ବାହାରେ ଥାଇ ମଧ୍ୟ ତାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି ଚୟନକର୍ତ୍ତା । ଏବେ ଦଳର ଅଧିନାୟକ ପଦରେ ନଜର ଆସିବେ ସଞ୍ଜୁ ସାମସନ୍ । ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇ ନାହିଁ । ତେବେ ଏକ ଟି-୨୦ ସିଜନ୍ ପାଇଁ ତାଙ୍କୁ ଦଳର ନେତୃତ୍ୱ ପଦ ଦିଆଯାଇଛି ।

ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତକ ଅଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟ । ତେବେ ଏଥିପାଇଁ କେରଳ ଦଳର ଅଧିନାୟକ ପଦରେ ସଞ୍ଜୁ ସାମସନଙ୍କୁ ନିଯୁକ୍ତ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ସଞ୍ଜୁ ସାମସନଙ୍କ କେରଳ ଟିମ୍ ଗ୍ରୁପ-ବି’ରେ ସ୍ଥାନ ପାଇଛି । ଏହାବ୍ୟତୀତ ଏହି ଗ୍ରୁପରେ ସିକିମ, ଆସାମ, ବିହାର, ଚଣ୍ଡୀଗଡ଼, ଓଡ଼ିଶା, ଏବଂ ସେନାକୁ ସାମିଲ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ସହିତ ଟିମ ଇଣ୍ଡିଆକୁ କମବ୍ୟାକ କରିବା ପାଇଁ ଚେଷ୍ଟା କରିବେ ସାମସନ୍ । ତେବେ ସଞ୍ଜୁଙ୍କ ବ୍ୟତୀତ ଅଲରାଉଣ୍ଡର ଶ୍ରେୟସ ଗୋପାଲ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି । କର୍ଣ୍ଣାଟକରୁ ବାହାରି କେରଳ ଦଳରେ ସାମିଲ ହୋଇଛନ୍ତି ଅଲରାଉଣ୍ଡର ଶ୍ରେୟସ ।

ଏହାବ୍ୟତୀତ ସ୍ପିନ ବିଭାଗରେ ଜଲଜ ସକ୍ସେନା ମଧ୍ୟ ଦଳ ସହିତ ଯୋଡ଼ି ହୋଇଛନ୍ତି । ଗତ ରଣଜୀ ଯ୍ରପିରେ ଶ୍ରେୟସ-ଜଲଜ ୫୦ ୱିକେଟ ସହିତ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ । ରୋହନ୍ କୁନ୍ନୁମଲ ସାମସନଙ୍କ ଉପ-ଅଧିନାୟକ ଭାବରେ ଚୟନ ହୋଇଛନ୍ତି ।

କେରଳ ଟିମ୍: ସଞ୍ଜୁ ସାମସନ୍(ଅଧିନାୟକ), ରୋହନ କୁନ୍ନୁମଲ, ଶ୍ରେୟସ ଗୋପାଲ, ଜଲଜ ସକ୍ସେନା, ସଚିନ୍ ବେବୀ, ମହମ୍ମଦ ଅଜହରୁଦ୍ଦିନ, ବିଷ୍ଣୁ ବିନୋଦ, ଅବଦୁଲ ବାସିତ୍, ସିଜୋମନ ଜୋସେଫ, ବୈଶାଖ ଚନ୍ଦ୍ରନ, ବାସିଲ ଥାମ୍ପି, କେ.ଏମ ଆସିଫ, ବିନୋଦ କୁମାର, ମନୁ କୃଷ୍ଣନ, ବରୁଣ ନୟନାର, ଏମ ଅଜନାସ, ପି.କେ ମିଥୁନ ଏବଂ ସଲମାନ୍ ନିସାର ।

Get real time updates directly on you device, subscribe now.