ନିଜକୁ ଫିଟ୍ ରଖିବାକୁ ଖାଆନ୍ତୁ ଏହି ସବୁ ଜିନିଷ

ଓଡିଶା ଭାସ୍କର: ଅଧିକ ଓଜନ ବଢିବା କିମ୍ବା କମିବା ଦୁଇଟା ଜାକ କାରଣ ଏବେ ଚିନ୍ତାର ବିଷୟ । ଓଜନ ବଢାଇବା ପାଇଁ ସକାଳୁ ଖାଆନ୍ତୁ ଏସବୁ ଜିନିଷ । ଓଟ୍‌ସ- ଓଟ୍‌ସରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଭରପୁର ମାତ୍ରାରେ ପ୍ରୋଟିନ୍ ରହିଥାଏ, ଯାହା ମାଂସପେଶି ମିର୍ମାଣରେ ସହାୟକ ହୋଇଥାଏ । ଡ୍ରାଇ ଫ୍ରୁଟସ୍‌- ଡ୍ରାଇ ଫ୍ରୁଟସ୍‌ରେ ଅନେକ ପ୍ରକାରର ଭିଟାମିନ ୍ ମିଶି ଥାଏ । ଯାହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ଭିଟାମିନ୍ ଅଭାବ ଜନୀତ ରୋଗରୁ ମୁକ୍ତିବ ମିଳେ । କଦଳୀ ଓ କ୍ଷୀର- କଦଳୀରେ ପୋଟାସିୟମ, ପ୍ରୋଟିନ୍ ଓ କ୍ୟାଲସିୟମ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ୱ ଥାଏ ଯାହା ଓଜନ ବଢାଇବାରେ ସାହାର୍ଯ୍ୟ କରିଥାଏ । ସେହିପରି କ୍ଷୀରରେ ମଧ୍ୟ ସବୁ ପ୍ରକାରର ଭିଟାମିନ ମିଳୁଥିବାରୁ ଏହା ମଧ୍ୟ ଓଜନ ବଢାଇବାରେ ସହାୟକ କରିଥାଏ । ଖଜୁରୀ ଓ କିସ୍‌ମିସ୍‌-ଓଜନ ବଢାଇବା ପାଇଁ ଖଜୁରୀର ଏକ ବଡ ଭମିୂକା ରହିଛି । ଏହା ଶରୀରରେ ରକ୍ତର ମାତ୍ରା ବଢାଇବା ସହ ଓଜନ ମଧ୍ୟ ବଢାଇଥାଏ । ପିନଟ ବଟର୍‌- ଚିନା ବାଦାମରୁ ପ୍ରସ୍ତୁତ ଏହି ପାନଟ ବଟରରେ ବହୁମାତ୍ରାରେ ପ୍ରୋଟିନ୍ ଥାଏ । ସେଥିଲାଗି ଏହା ମଧ୍ୟ ଓଜନ ବଢାଇବାରେ ସହାୟକ ହୋଇଥାଏ । ଆଳୁ- ଆଳୁରେ ପ୍ରଚୁରମାତ୍ରାରେ ଶ୍ୱେତସାର ରହିଥାଏ । ଓଜନ ବଢାଇବାକୁ ଶ୍ୱେତ ସାରର ଭୂମିକା ଅଧିକ ଥାଏ । ଅଣ୍ଡା- ଅଣ୍ଡାରେ ପ୍ରୋଟିନର ମାତ୍ରା ଅଧିକ ଥିବାରୁ ଏହା ମଧ୍ୟ ଓଜନ ବଢାଇବାକୁ ସହାୟକ ହୋଇଥାଏ ।