fbpx

ଆଜି ବିଶ୍ୱ ଅଣ୍ଡା ଦିବସ, ଜାଣନ୍ତୁ କାହିଁକି ସବୁଦିନ ଅଣ୍ଡା ଖାଇବା ଆବଶ୍ୟକ ?

ସମଗ୍ର ବିଶ୍ୱରେ କୁପୋଷଣ ଏବଂ ପୁଷ୍ଟିହୀନତା ଏକ ବଡ ସମସ୍ୟା ଭାବେ ଉଭା ହୋଇଥିଲା । ଏହି ସମସ୍ୟାର ମୁକାବିଲା ପାଇଁ ଅଣ୍ଡା ଥିଲା ଏହାର ବଡ ସମାଧାନ । ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଇଥିଲା । ଭିଏନାରେ ଏକ ସମ୍ମିଳନୀରେ ଅନ୍ତର୍ଜାତୀୟ ଅଣ୍ଡା ଆୟୋଗ (ଆଇଇସି) ଅନ୍ତର୍ଜାତୀୟ ଅଣ୍ଡା ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଶୁକ୍ରବାର ଦିନକୁବିଶ୍ୱ ଅଣ୍ଡା ଦିବସ ଭାବେ ପାଳନ କରାଯାଉଛି ।

ପୃଥିବୀର ୪୦ ଟି ଦେଶର ଲୋକମାନେ ଏହି ଦିନକୁ ଅତି ସୃଜନଶୀଳ ଉପାୟରେ ପାଳନ କରିଥାନ୍ତି । ଏହି ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଣ୍ଡାରେ ଥିବା ପୋଷକ ତତ୍ତ୍ୱର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା । ମଣିଷର ପୁଷ୍ଟିକର ଖାଦ୍ୟରେ ଅଣ୍ଡାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେଥିପାଇଁ କୁହାଯାଏ ଯେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଉଚିତ୍ । ଗୋଟିଏ ଅଣ୍ଡାରେ ୬% ଭିଟାମିନ୍ଏ ଏବଂ ୬.୩ ଗ୍ରାମ ପ୍ରୋଟିନ୍ ସହିତ ଆମେ ୭୫ କ୍ୟାଲୋରୀ ପାଇଥାଉ ।

ରବିବାର ହେଉ କି ସୋମବାର, ପ୍ରତିଦିନ ଅଣ୍ଡା ଖାଇବା ଉଚିତ୍ । ଏହା କେବଳ କହିବା ପାଇଁ ନୁହେଁ ବରଂ ଏହା କରିବା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଅଣ୍ଡାରେ ପ୍ରୋଟିନ୍ ସହିତ ଭିଟାମିନ୍, ଆମିନୋ ଏସିଡ୍ ଏବଂ ସୋଡିୟମ ମଧ୍ୟ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖେ ।

Get real time updates directly on you device, subscribe now.