fbpx

ଜି-୨୦ ପରେ ଏବେ ପି-୨୦ : ନୂଆଦିଲ୍ଲୀ ଠାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜି -୨୦ ସମ୍ମିଳନୀର ଗ୍ରାଣ୍ଡ ଇଭେଣ୍ଟ ପରେ ଏବେ ଦିଲ୍ଲୀରେ ଚ-୨୦ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏହି ସମ୍ମିଳନୀ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଚାଲିବ । ପି-୨୦କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି । ୧୨ ରୁ ୧୪ ଅକ୍ଟୋବର ପର‌୍ୟ୍ୟନ୍ତ ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଏବଂ ଏକ୍ସପୋ ସେଣ୍ଟର-ୟଶୋବୋମିରେ ଏହା ଆୟୋଜିତ ହୋଇଛି । ଏହି ସମ୍ମିଳନୀରେ ଜି -୨୦ରେ ସାମିଲ ହୋଇଥିବା ଦେଶ ସଂସଦର ବକ୍ତା ତଥା ଅଧ୍ୟକ୍ଷମାନେ ଅଂଶଗ୍ରହଣ କରୁଛନ୍ତି । କିନ୍ତୁ ଏହି ସମ୍ମିଳନୀରୁ କାନାଡା ନିଜକୁ ଦୂରେଇ ରଖିଛି ।

Get real time updates directly on you device, subscribe now.