fbpx

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ ଝଟକା: ଘରୁ ବାହାରି ଦୌଡ଼ିବାକୁ ଲାଗିଲେ ଲୋକେ, ଜାଣନ୍ତୁ କେତେ ଥିଲା ତୀବ୍ରତା

କାବୁଲ: ପଶ୍ଚିମ ଆଫଗାନିସ୍ତାନରେ ଆଜି ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଏଠାରେ ୬.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଘଟିଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି। ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିବା EMSC ରିପୋର୍ଟ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ଏବଂ ସ୍ଥାନୀୟ ସମୟ ଅନୁସାରେ ଭୂମିକମ୍ପ ୦୩୩୬ ଜିଏମଟିରେ, ସହର ଠାରୁ ୩୩ କିମି ଦୂର ପଶ୍ଚିମ ହେରାଟ ପ୍ରଦେଶର ଏକ ଅଞ୍ଚଳରେ ଘଟିଛି । ଯେଉଁଠାରେ ବିଗତ କିଛି ଦିନରେ ଆସିଥିବା ଭୂମିକମ୍ପ ଝଟକାରେ ହାରିହାରି ୧,୦୦୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଶୁକ୍ରବାର ଦିନ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୪.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।

ଏହି ସପ୍ତାହରେ ଆଫଗାନିସ୍ତାନରେ ଏହା ହେଉଛି ତୃତୀୟ ଭୂକମ୍ପ। ଏହାପୂର୍ବରୁ ଅକ୍ଟୋବର ୧୧ ବୁଧବାର ଦିନ ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ୬.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। GFZ କହିଛି ଯେ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ଥିଲା। ଅକ୍ଟୋବର ୭ ରେ ପଶ୍ଚିମ ଆଫଗାନିସ୍ତାନରେ ୬.୧ ମ୍ୟାଗ୍ନିଚ୍ୟୁଡର ଦୁଇଟି ଭୂକମ୍ପରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ବୋଲି ଦେଶର ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣ କହିଛି। ପଶ୍ଚିମ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୦୦ କୁ ବୃଦ୍ଧି ପାଇଛି ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

Get real time updates directly on you device, subscribe now.