fbpx

ଶାରଦୀୟ ନବରାତ୍ରୀ ସମୟରେ ୯ ଦିନରେ ପିନ୍ଧନ୍ତୁ ଏହି ଭିନ୍ନ ରଙ୍ଗର ପୋଷାକ: ପାଇବେ ମା ଦୁର୍ଗାଙ୍କ ଆଶୀର୍ବାଦ

ଶାରଦୀୟ ନବରାତ୍ରୀର ପର୍ବ ଅକ୍ଟୋବର ୧୫ରୁ ଆରମ୍ଭ ହୋଇଯାଇଛି । ନବରାତ୍ରିର ଏହି ନଅ ଦିନରେ ମାତା ଦେବୀଙ୍କର ନଅଟି ରୂପକୁ ପୂଜା କରାଯାଏ । ନବରାତ୍ରୀରେ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ, ଏହି ନଅ ଦିନର ନଅଟି ରଙ୍ଗ ଦେବୀ ଦୁର୍ଗାଙ୍କ ପ୍ରତ୍ୟେକ ରୂପ ପାଇଁ ସମର୍ପିତ ଅଟେ । ଯଦି ଆପଣ ନବରାତ୍ରୀ ସମୟରେ ମାଆର ଆଶୀର୍ବାଦ ଚାହୁଁଛନ୍ତି, ତେବେ କେବଳ ଏହି ରଙ୍ଗର ପୋଷାକ ପିନ୍ଧି ପୂଜା କରନ୍ତୁ ।

ପ୍ରଥମ ଦିନ : ନବରାତ୍ରିର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ଏହି ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧାଯାଏ । କୁହାଯାଏ ଯେ, ହଳଦିଆ ରଙ୍ଗର ପୋଷାକ ପିନ୍ଧି ଉପାସନା କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ଦ୍ଵିତୀୟ ଦିନ : ନବରାତ୍ରୀର ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚରିଣୀଙ୍କୁ ପୂଜା କରାଯାଏ । ମାତା ବ୍ରହ୍ମଚାରିଣୀ ସବୁଜ ରଙ୍ଗକୁ ବହୁତ ପସନ୍ଦ କରନ୍ତି । ତେଣୁ ଏହି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧି ପୂଜା କରନ୍ତୁ ।

ତୃତୀୟ ଦିନ : ନବରାତ୍ରୀର ତୃତୀୟ ଦିନରେ ମାତା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ । ଏହି ଦିନ ଆପଣ ବ୍ରାଉନ ପୋଷାକ ପିନ୍ଧି ଦେବୀ ଦୁର୍ଗାଙ୍କୁ ଖୁସି କରିପାରିବେ ।

ଚତୁର୍ଥ ଦିନ : ନବରାତ୍ରୀର ଚତୁର୍ଥ ଦିନରେ ମାତା କୁଶମଣ୍ଡାଙ୍କୁ ପୂଜା କରାଯାଏ । ମାତା କୁଶମଣ୍ଡା କମଳା ରଙ୍ଗ ପସନ୍ଦ କରନ୍ତି । ଏହି ଦିନ ଆପଣ କମଳା ରଙ୍ଗ ପିନ୍ଧି ମା ଦୁର୍ଗାଙ୍କୁ ପୂଜା କରିବା ଉଚିତ୍ ।

ପଞ୍ଚମ ଦିନ : ଏହି ଦିନ ମାତା ସ୍କନ୍ଦମାତାଙ୍କୁ ପୂଜା କରାଯାଏ । ଏହି ଦିନ ଧଳା ରଙ୍ଗ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଇଛି ।

ଷଷ୍ଠୀ ଦିନ : ନବରାତ୍ରୀର ଛଅ ଦିନଟିକୁ ଷଷ୍ଠୀ କୁହାଯାଏ । ଏହି ଦିନ ମାତା କାତ୍ୟାୟାନୀଙ୍କୁ ପୂଜା କରାଯାଏ । ଏହି ଦିନ ନାଲି ରଙ୍ଗ ପିନ୍ଧିବା ବହୁତ ଶୁଭ ବୋଲି ବିବେଚନା କରାଯାଏ ।

ସପ୍ତମୀ ଦିନ : ସପ୍ତମ କିମ୍ବା ସପ୍ତମୀ ଦିନ ମାତା କାଳରାତ୍ରିଙ୍କୁ ପୂଜା କରାଯାଏ । ଏହି ଦିନ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ସବୁଠାରୁ ଶୁଭ ମାନେ କରାଯାଏ ।

ଅଷ୍ଟମୀ ଦିନ : ନବରାତ୍ରୀର ଅଷ୍ଟମୀ ଦିନ ମାଆ ମହାଗୌରୀର ପୂଜା କରାଯାଏ । ଏହି ଦିନ ଗୋଲାପୀ ରଙ୍ଗ ପିନ୍ଧିବା ଶୁଭ ଅଟେ । ଏହି ଦିନ ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ମାତା ଦେବୀଙ୍କୁ ଉପାସନା କରନ୍ତୁ ।

ମହାନବମୀ : ନାବରାତ୍ରୀର ନବମୀ ଦିନରେ ମାତା ସିଦ୍ଧିଦାତ୍ରୀ ପୂଜା କରାଯାଏ । ଏହି ଦିନ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ । ଏହି ରଙ୍ଗର ପୋଷାକ ପିନ୍ଧି ମାତା ଦେବୀଙ୍କୁ ପୂଜା କରନ୍ତୁ ଏବଂ ଝିଅମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ପୂଜାର ସମ୍ପୂର୍ଣ୍ଣ ଫଳ ପାଇପାରିବେ ।

Get real time updates directly on you device, subscribe now.