fbpx

ଇଣ୍ଡିଆନ୍ ଅଏଲ୍ ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ: ଦଶମ ପାସ୍ ପ୍ରାର୍ଥୀ ମାଗଣାରେ ଆବେଦନ କରନ୍ତୁ, ଜାଣନ୍ତୁ କିପରି ହେବେ ସିଲେକ୍ଟ ?

ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ଚାକିରିକୁ ନେଇ ଆସିଛି ଭଲ ଖବର । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ କମ୍ପାନୀ (ଆଇଓସିଏଲ୍) ପକ୍ଷରୁ ଟେକ୍ନିସିଆନ ଏବଂ ଟ୍ରେଡ ଆପ୍ରେଣ୍ଟିସିପ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର ୨୦୨୩ ରୁ ଆରମ୍ଭ ହେବ । ପ୍ରାର୍ଥୀମାନେ ୨୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ଅଫିସିଆଲ୍ ୱେବସାଇଟ୍ iocl.com କୁ ଯିବାକୁ ପଡ଼ିବ ।

ଚୟନ ପ୍ରକ୍ରିୟା ବିଷୟରେ କହିବାକୁ ଗଲେ, ଲିଖିତ ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଯଦି ପ୍ରାର୍ଥୀଙ୍କ ପେପରରେ ସମାନ ମାର୍କ ଥାଏ, ତେବେ ସେମାନଙ୍କୁ ବୟସ ସୀମା ଆଧାରରେ ଚୟନ କରାଯିବ । ଅଧିକ ସୂଚନା ପାଇଁ ସରକାରୀ ବିଜ୍ଞପ୍ତିକୁ ଯାଆନ୍ତୁ ।

ବୟସ ସୀମା ଏବଂ ଖାଲି ବିବରଣୀ :-

ଭାରତୀୟ ତୈଳ ନିଗମ ଦ୍ୱାରା ପ୍ରକାଶିତ ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ନେଇ ସର୍ବାଧିକ ବୟସ ସୀମା ୨୪ ବର୍ଷ ମଧ୍ୟରେ ରହିବା ଉଚିତ୍ । ଏଥିସହ ଓବିସି, ଏସସି, ଏସଟି ବର୍ଗରୁ ଆସୁଥିବା ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମା ୫ ବର୍ଷ ଆରାମ ମିଳିବ । ଶିକ୍ଷା ଯୋଗ୍ୟତା ବିଷୟରେ ମଧ୍ୟ କହିବାକୁ ଗଲେ ପ୍ରାର୍ଥୀମାନେ ସମ୍ପୃକ୍ତ ଟ୍ରେଡରେ ଡିପ୍ଲୋମା, ଆଇଟିଆଇ କରିଥିବା ଆବଶ୍ୟକ ।

ଏହି ପଦବୀ ମାଧ୍ୟମରେ ମୋଟ ୧୭୨୦ ଟି ପଦବୀ ପୂରଣ ହେବ । ଆଟେଣ୍ଡାଣ୍ଟ ଅପରେଟର୍ ପାଇଁ ୪୨୧ ଟି ପୋଷ୍ଟ ପୂରଣ ହେବ । ଡିସିପ୍ଲିନ୍ କେମିକାଲ୍ ପଦ ପାଇଁ ୩୪୫ ସ୍ଥିର କରାଯାଇଛି । ଡିସିପ୍ଲିନ୍ ମେକାନିକାଲ୍ ପାଇଁ ୧୮୯ ଟି ପୋଷ୍ଟ ଏବଂ ବଏଲର ଡିସିପ୍ଲିନ୍ ମେକାନିକାଲ୍ ପାଇଁ ୫୯ ଟି ପୋଷ୍ଟ ପୂରଣ ହେବ । ଏଥିସହ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟକୁ ଯାଇ ଖାଲି ପଡ଼ିଥିବା ପଦବୀ ସମ୍ବନ୍ଧରେ ଅଧିକ ସୂଚନା ଯାଞ୍ଚ କରିପାରିବେ ।

ଏହିପରି ଆବେଦନ କରନ୍ତୁ :-

-ଆବେଦନ କରିବାକୁ ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ iocl.com କୁ ଯାଆନ୍ତି ।
-ୱେବସାଇଟରେ ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତି ପଢ଼ନ୍ତୁ ।
-ଆବେଦନ ସହ ଜଡ଼ିତ ସବସ୍ତ ଡକ୍ୟୁମେଣ୍ଟ ସିଗ୍ନେଚର, ଫାଟୋ, ଆଇଡି ପ୍ରୁଫ୍ ଯତ୍ନର ସହିତ ଅପଲୋଡ୍ କରନ୍ତୁ ।
-ଏହା ପରେ ସବମିଟ୍ ହୋଇଥିବା ଆବେଦନ ଫର୍ମର ଏକ ପ୍ରିଣ୍ଟ ବାହାର କରନ୍ତୁ ।

Get real time updates directly on you device, subscribe now.