fbpx

ମହିଳା ଶାଶୂଙ୍କ ଗୋଲାମ ନୁହଁନ୍ତି; ଏବେ ସମୟ ବହୁତ ବଦଳିଛି, ଏକ ତଲାକ ମାମଲାରେ ଏପରି ଟିପ୍ପଣୀ ରଖିଲେ ହାଇକୋର୍ଟ

ଥିରୁଅନନ୍ତପୁରମ୍‌: ଏକ ତଲାକ ମାମଲା ଉପରେ ନିଜର ଟିପ୍ପଣୀ ରଖି କେରଳ ହାଇକୋର୍ଟ କହିଛନ୍ତି ମହିଳା ମା’ କିମ୍ବା ଶାଶୁ କାହାର ଗୋଲାମ ନୁହଁନ୍ତି । ଏକ ଫ୍ୟାମିଲି କୋର୍ଟର ଆଦେଶ ସଂପର୍କରେ ଆଲୋଚନା ସମୟରେ କୋର୍ଟ ଏପରି ଟିପ୍ପଣୀ ଦେଇଛନ୍ତି । ଏହି ସମୟରେ କୋର୍ଟ ପିତୃସତ୍ତାତ୍ମକ ଟିପ୍ପଣୀ ବିଷୟରେ ବି ମୌଖିକ ରୂପରେ ଆଲୋଚନା କରିଛନ୍ତି ।

ବିଚାରପତି ଦେବନ ରାମଚନ୍ଦ୍ରନ କହିଛନ୍ତି ତ୍ରିଶୂରର ଫ୍ୟାମିଲି କୋର୍ଟ ଏହା ପୂର୍ବରୁ ମହିଳାଙ୍କ ଅଭିଯୋଗକୁ ସାମାନ୍ୟ ବୋଲି କହି ତଲାକକୁ ଖାରଜ କରିଦେଇଥିଲେ । ବିଚାରପତି କହିଛନ୍ତି ଏ ହେଉଛି ବର୍ଷ ୨୦୨୩ ଓ ଏବେ ବହୁତ କିଛି ବଦଳି ଯାଇଛି । ଶୁଣାଣୀ ସମୟରେ ମହିଳାଙ୍କ ସ୍ୱାମୀଙ୍କ ଓକିଲ କହିଥିଲେ ଫ୍ୟାମିଲି କୋର୍ଟ ମହିଳାଙ୍କୁ ତାଙ୍କ ମା’ ଓ ଶାଶୂଙ୍କ କଥାକୁ ମାନିବାକୁ କହିଥିଲେ । ଏହି କଥାକୁ ଗମ୍ଭୀରତାର ସହ ନେଇ ହାଇକୋର୍ଟ କହିଛନ୍ତି କୌଣସି ମହିଳା ନିଜ ମା’ କିମ୍ବା ଶାଶୂଙ୍କର ଗୋଲାମ ନୁହଁନ୍ତି । କୋର୍ଟ କହିଛନ୍ତି ସବୁ ମହିଳାଙ୍କର ନିଜସ୍ୱ ବୁଦ୍ଧି ରହିଛି । ସେମାନେ ନିଜ ବୁଦ୍ଧିରେ କୌଣସି ବି ଘଟଣା ଉପରେ ନିଜର ନିଷ୍ପତ୍ତି ନେଇପାରିବେ । ଏହିପରିି ମାମଲା କୋର୍ଟ ବାହାରେ ବି ସହଜରେ ସମାଧାନ ହୋଇପାରିଥାନ୍ତା ବୋଲି ବିଚାରପତି କହିଥିଲେ ।
ସୂଚାଇ ଦିଆଯାଇପାରେ କି ତ୍ରିଶୂରର ଜଣେ ମହିଳା ଫ୍ୟାମିଲି କୋର୍ଟରେ ତଲାକ ଆବେଦନ କରିଥିଲେ । ବିବାହ ପରେ ସ୍ୱାମୀଙ୍କ ସହ ଲଗାତର ଝଗଡା ହେଉଥିବାରୁ ଓ ସ୍ୱାମୀ ତାଙ୍କ ପ୍ରତି ଖରାପ ବ୍ୟବହାର କରୁଥିବାରୁ ମହିଳା ଦୀର୍ଘଦିନ ନିଜ ପିଲାକୁ ଧରି ବାପଘରେ ରହି ଆସୁଥିଲେ । ତ୍ରିଶୂର ଅଦାଲତରେ ତଲାକର ପ୍ରଥମ ଯାଚିକା ଖାରଜ ହୋଇଯିବା ପରେ ମହିଳା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.