fbpx

୨୪ ଘଣ୍ଟାରେ ଏହି ଅଞ୍ଚଳରେ ହୃଦଘାତରେ ଘଟିଲା ୬ ଜଣଙ୍କ ମୃତ୍ୟୁ, ଚିନ୍ତାରେ ସ୍ୱାସ୍ଥ୍ୟ ଅଧିକାରୀ ଓ ସାଧାରଣ ଜନତା

ନୂଆଦିଲ୍ଲୀ: ଗୁଜୁରାଟରୁ ଏକ ଭୟଭୀତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ରାଜ୍ୟର ସୌରାଷ୍ଟ୍ର ଅଞ୍ଚଳରେ ଗୋଟିଏ ଦିନରେ ହୃଦଘାତରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଉଭୟ ଡାକ୍ତର ଓ ସାଧାରଣ ଜନତାଙ୍କ ଚିନ୍ତା ବଢାଇ ଦେଇଛି । ମୃତକଙ୍କ ମଧ୍ୟରେ ୩ ଜଣଙ୍କ ବୟସ ବହୁତ କମ୍ ରହିଛି । ଏମାନଙ୍କ ମଧ୍ୟରେ ଜଣେ ୨୩ ବର୍ଷ, ଜଣେ ୨୪ ବର୍ଷ ଓ ଜଣେ ୪୨ ବର୍ଷ ବ୍ୟକ୍ତି ରହିଛନ୍ତି । ଏହି ଘଟଣା ଗୁରୁବାର ଘଟିଛି । ଏହି ଘଟଣା ରାଜ୍ୟର ୩ ଗୋଟି ଜିଲ୍ଲାକୁ ପ୍ରସାରିତ ହୋଇଛି ।

ଅମରୋଲୀ ଜିଲ୍ଲାର ୨୩ ବର୍ଷୀୟ ଜଣେ ଯୁବକଙ୍କର ନବରାତ୍ରୀ ଉତ୍ସବ ଚାଲିଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଛି । ସେହିପରି ଏହି ଜିଲ୍ଲାର ଜଣେ ରିକ୍ସାଚାଳକଙ୍କର ଅଚାନକ ହୃଦଘାତରେ ମୃତ୍ୟୁ ହୋଇଛି । ସେହିପରି ଦ୍ୱାରିକା ଜିଲ୍ଲାରେ ୨ ଜଣ କୃଷକଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ସେହିପରି ସୌରାଷ୍ଟ୍ର ଅଞ୍ଚଳର ଜଣେ ଟ୍ରକ ଡ୍ରାଇଭରଙ୍କର ମଧ୍ୟ ସେହି ଗୋଟିଏ ଦିନ ହୃଦଘାତରେ ମୃତ୍ୟୁ ଘଟିଛି । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ମୃତକମାନଙ୍କର ପୂର୍ବରୁ କୌଣସି ବଡ ଧରଣର ରୋଗ ନ ଥିଲା । ଗୋଟିଏ ଦିନରେ ଏହି ଅଞ୍ଚଳରେ ଏତେ ସଂଖ୍ୟାରେ ମୃତ୍ୟୁକୁ ନେଇ ସମଗ୍ର ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି । ଏହି ଚିନ୍ତାଜନକ ଘଟଣାକୁ ନେଇ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ସମସ୍ତଙ୍କୁ ହୃଦୟ ସ୍ୱାସ୍ଥ୍ୟ ଉପରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.