fbpx

Israel–Hamas war; ଲେବାନନ୍‌ର ଦୁଇଟି ହିଜ୍‌ବୁଲ ସେଲ୍‌ରେ ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ

ଓଡିଶା ଭାସ୍କର; ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କରରୁ ଅତି ଭୟଙ୍କର ହେଲାଣି । ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ଗାଜା ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ । ସେହିପରି ଘନ ଘନ ଏୟାର ଷ୍ଟ୍ରାଇକ ରଖିଛି ଇସ୍ରାଏଲ ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛନ୍ତି । ବିପକ୍ଷ ଆତଙ୍କବାଦୀ ସଂଗଠନ “ହମାସ” ଯୁଦ୍ଧ କ୍ଷେତ୍ରରୁ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଆକ୍ରମଣକୁ ଆହୁରି ଜୋରଦାର କରିଛି ଇସ୍ରାଏଲ ସେନା ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଲେବାନନରେ ଦୁଇଟି ହିଜ୍‌ବୁଲ ସେଲ୍‌ରେ ଆକ୍ରମଣ କରିଛି ଇସ୍ରାଏଲ । ସୋମବାର ସକାଳେ ଇସ୍ରାଏଲର ବିମାନ ଲେବାନନରେ ଦୁଇଟି ହିଜବୁଲ ସେଲ୍‌କୁ ଧକ୍କା ଦେଇଥିବା ଖବର ସାମ୍ନାକୁ ଆସିଛି । ବିପକ୍ଷ ଶତ୍ରୁ ଇସ୍ରାଏଲ ଆଡ଼କୁ ଟ୍ୟାଙ୍କ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ଉତ୍‌କ୍ଷେପଣ କରିବାକୁ ଯୋଜନା କରୁଥିଲା ବୋଲି କୁହାଯାଉଛି । ଯାହାକୁ ନଷ୍ଟ କରିବାରେ ସଫଳ ହୋଇଛି ଇସ୍ରାଏଲ ସେନା ।

Get real time updates directly on you device, subscribe now.